କନକ ବ୍ୟୁରୋ: ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଆସନ୍ତା କାଲି ସୁରଟରୁ ଭୁବନେଶ୍ୱର ଆସିବାକୁ ଥିବା ୩ଟି ଟ୍ରେନକୁ ବାତିଲ କରିଦିଆଯାଇଛି । ଏ ସଂପର୍କରେ ସୁରଟର ଜିଲ୍ଲାପାଳ ଧବଳ ପଟେଲ ସୂଚନା ଦେଇଛନ୍ତି । ସାମ୍ବାଦିକ ମାନଙ୍କୁ ସେ କହିଛନ୍ତି ଯେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଟ୍ରେନ ଚଳାଚଳ ଲାଗି ଓଡ଼ିଶା ସରକାର ଅନୁମତି ପ୍ରତ୍ୟାହାର କରିନେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଅର୍ଥାତ ଶୁକ୍ରବାରଦିନ ଓଡ଼ିଶାକୁ ଯିବାକୁ ଥିବା ୩ଟି ଟ୍ରେନକୁ ବାତିଲ କରିଦିଆଯାଇଛି । ଏ ସଂପର୍କରେ ଡିଭିଜିନାଲ ରେଲେଓ୍ୱ କମିଶନରଙ୍କୁ ପତ୍ର ଲେଖି ଭଡ଼ା ଫେରସ୍ତ ପାଇଁ କୁହାଯାଇଛି ।
ଓଡ଼ିଶା ହାଇକୋର୍ଟ ଆଜି ଏକ ରାୟରେ କହିଛନ୍ତି ଯେ ବିନା କୋଭିଡ-୧୯ ପରୀକ୍ଷା କରି ଓଡ଼ିଶାକୁ କେହି ଆସିପାରିବେ ନାହିଁ । ପରୀକ୍ଷା ପରେ ସେମାନଙ୍କ ରିପୋର୍ଟ ନେଗେଟିଭ ବାହାରିଲେ ସେମାନେ ଓଡ଼ିଶାକୁ ଆସିପାରିବେ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ମଧ୍ୟ ପ୍ରବାସୀଙ୍କ ପରୀକ୍ଷା ପାଇଁ ଦାବି କରିଛନ୍ତି । ସୁରତରୁ କିଛି ପ୍ରବାସୀ ଆସିବା ପରେ ଓଡ଼ିଶାରେ ହଠାତ ରାଜ୍ୟରେ କୋରନା ପଜିଟିଭ ସଂଖ୍ୟା ଦ୍ରୁତଗତିରେ ବଢିବା ଆରମ୍ଭ କରିଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/24-1.jpg)