କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ ଥମିବାର ନାଁ ନେଉନାହିଁ । ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁରଟ ସେସନ୍ସ କୋର୍ଟ । ମାନହାନୀ ମାମଲାରେ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ନିଷ୍ପତିକୁ ଚ୍ୟାଲେଞ୍ଜ କରିଥିଲେ କଂଗ୍ରେସର ପୂର୍ବତନ ସାଂସଦ । ମୋଦୀ ସାଙ୍ଗିଆ ମାମଲାରେ ତଳ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି, ଯାହାକୁ ସେସନ୍ସ କୋର୍ଟ କାଏମ ରଖିଛନ୍ତି । ଏହି ମାମଲାରେ ରାହୁଲଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ମିଳିଛି ।
ରାହୁଲ ଗାନ୍ଧୀ: ୪ ସପ୍ତାହରେ ୩ ଝଟ୍କା
ମାର୍ଚ୍ଚ ୨୩: ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ, ୨ ବର୍ଷର ଦଣ୍ଡାଦେଶ
ମାର୍ଚ୍ଚ ୨୪: ଲୋକସଭା ସସଦ୍ୟତା ରଦ୍ଦ
ଏପ୍ରିଲ ୨୦: ସୁରଟ କୋର୍ଟରେ ରାହୁଲଙ୍କ ଆବେଦନ ଖାରଜ
୨୦୧୯ ମସିହାରେ ‘ମୋଦୀ ସାଙ୍ଗିଆ’କୁ ନେଇ ରାହୁଲ ଦେଇଥିବା ବିବାଦୀୟ ବୟାନ ମାମଲାରେ ରାହୁଲଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସୁରଟ ତଳ କୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ଗତ ଏପ୍ରିଲ ୨ ତାରିଖରେ ସୁରଟର ଉପର କୋର୍ଟରେ ଦୁଇଟି ଆବେଦନ କରିଥିଲେ ରାହୁଲ । ପ୍ରଥମ ଆବେଦନରେ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ରଖିବାକୁ ଦାବି କରାଯାଇଥିଲା । ଦ୍ୱିତୀୟ ଆବେଦନରେ କୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିବା ପାଇଁ ଆବେଦନ କରାଯାଇଥିଲା । ଗତ ୧୩ ତାରିଖରେ ଅତିରିକ୍ତ ସେସନ୍ ଜଜ୍ ଆରପି ମୋଗେରା ରାହୁଲଙ୍କ ଆବେଦନର ଶୁଣାଣି କରି ଏପ୍ରିଲ ୨୦ ତାରିଖ ପାଇଁ ଶୁଣାଣିକୁ ସଂରକ୍ଷିତ ରଖିଥିଲେ ।
ରାହୁଲଙ୍କ ପାଖରେ ଏବେ ବିକଳ୍ପ କ’ଣ?
- ସୁରଟ ସେସନ୍ସ କୋର୍ଟଙ୍କ ନିଷ୍ପତ୍ତି ରାହୁଲଙ୍କ ପାଇଁ ବଡ଼ ଝଟକା
- ସେସନ୍ସ କୋର୍ଟରୁ ଆବେଦନ ଖାରଜ ହେବା ପରେ ଏବେ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ନିଷ୍ପତ୍ତି ଲାଗୁ ହେବ
- ତଳ କୋର୍ଟ ନିଷ୍ପତ୍ତି ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ରାହୁଲ
- ଏପ୍ରିଲ ୨୧ ତାରିଖରେ ହାଇକୋର୍ଟରେ ଆବେଦନ କରିପାରନ୍ତି ରାହୁଲ
- ମାମଲାର ଖୁବଶୀଘ୍ର ଶୁଣାଣି ହୋଇପାରେ
ସୁରଟ ସେସନ୍ସ କୋର୍ଟଙ୍କ ଦଣ୍ଡାଦେଶ ପରେ ସାଂସଦ ପଦ ହରାଇଛନ୍ତି ରାହୁଲ । କେବଳ ସେତିକି ନୁହେଁ, ଏଥିପାଇଁ ତାଙ୍କୁ ନିଜ ସରକାରୀ ବାସଭବନ ମଧ୍ୟ ଖାଲି କରିବାକୁ ପଡିଛି । ଜନପ୍ରତିନିଧି ଆଇନ ଅନୁସାରେ ରାହୁଲ ଗାନ୍ଧୀଙ୍କୁ ନିଜ ସାଂସଦ ପଦ ହରାଇବାକୁ ପଡିଛି । ଯଦି ହାଇକୋର୍ଟ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାନ୍ତି, ତାହାଲେ ପୁଣିଥରେ ତାଙ୍କ ସାଂସଦ ପଦ ଫେରିପାରେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/rahuala.jpg)