ସଙ୍ଗରୋଧ କେନ୍ଦ୍ରରେ ପଡିଛି ଶବ । ଗଞ୍ଜାମ ଗୁପ୍ତେଶ୍ୱର ସଙ୍ଗରୋଧ କେନ୍ଦ୍ରରେ ଜଣଙ୍କର ମୃତ୍ୟୁ ଅଭିଯୋଗ । ୩ ଦିନ ତଳେ ସୁରତରୁ ଫେରିଥିଲେ, ଆସିବା ଦିନରୁ ଅସୁସ୍ଥ ଥିଲେ… ମୃତ୍ୟୁ ପୂର୍ବରୁ ପତ୍ନୀଙ୍କୁ ଫୋନ କରିଥିଲେ ବ୍ୟକ୍ତି ।

1,862

କନକ ବ୍ୟୁରୋ: ଗଂଜାମ ଜିଲ୍ଲାର ପୋଲସରା ବ୍ଲକ ସ୍ଥିତ ଏକ ସଙ୍ଗରୋଧ କେନ୍ଦ୍ରରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ଏଭଳି ଏକ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପତ୍ନୀ । ସେ ୩ ଦିନ ପୂର୍ବରୁ ସୁରତରୁ ଫେରିଥିଲେ ଏବଂ ତାଙ୍କୁ ଥଣ୍ଡା, କାଶ ଓ ଜ୍ୱର ଭଳି ଲକ୍ଷଣ ଥିଲା ବୋଲି ତାଙ୍କ ପତ୍ନୀ କହିଛନ୍ତି ।ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

ତେବେ ମିଳିଥିବା ସୂଚନା ଅନୁସାରେ ସଙ୍ଗରୋଧ କେନ୍ଦ୍ରରେ ତାଙ୍କର ଚିକିତ୍ସା ଚାଲିଥିଲା ଏବଂ ଔଷଧ ଦିଆଯାଉଥିଲା । ତେବେ ଏନେଇ ସରକାରୀ ଭାବେ କୌଣସି ସୂଚନା ଦିଆଯାଇ ନାହିଁ । ମୃତ୍ୟୁ ପୂର୍ବରୁ ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କୁ ଫୋନ କରିଥିଲେ ଏବଂ ତାଙ୍କୁ ଦେଖିବାକୁ ଚାହୁଁଛନ୍ତି ବୋଲି ଇଚ୍ଛା ପ୍ରକାଶ କରିଥିଲେ । ଏହି ଫୋନକଲ୍ ପାଇବା ପରେ ପତ୍ନୀ ଜଣକ ମଧୁପଲ୍ଲୀ ପଂଚାୟତରୁ ପୋଲସରା ବ୍ଲକର ଗୁପ୍ତେଶ୍ୱର ନୋଡାଲ ବିଦ୍ୟାପୀଠ ସ୍ଥିତ ସଙ୍ଗରୋଧ କେନ୍ଦ୍ରକୁ ଆସିଥିଲେ । କିନ୍ତୁ ସେ ପହଂଚିବା ବେଳକୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ତାଙ୍କ ପତ୍ନୀ କହିଛନ୍ତି ।