କନକ ବ୍ୟୁରୋ: ଗତକାଲି ସଂଧାରେ ସୁରଟର ଏକ କୋଚିଂ ସେଂଟରରେ ଭୟାବହ ଅଗ୍ନିକାଣ୍ଡରେ ଚାଲିଯାଇଛି ୨୦ ଜଣ ଛାତ୍ରଛାତ୍ରୀଙ୍କର ଜୀବନ । ଭୟଙ୍କର ନିଆଁରେ ଜଳି ପୋଡି ପାଉଁଶ ହୋଇଯାଇଛି ସଂପୂର୍ଣ୍ଣ କୋଚିଂ ସେଂଟର । ଏବେବି ଅନେକ ଛାତ୍ରଛାତ୍ରୀ ମେଡିକାଲ ବେଡରେ ପଡି ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ବଡ କଥା ହେଲା, କୋଚିଂ ସେଂଟର ନିକଟରେ ଥିବା ଏକ ବିଦ୍ୟୁତ୍ ଖୁମ୍ବରୁ ସର୍ଟସର୍କିଟ ହୋଇ ପୂରା ବିଲ୍ଡିଂକୁ ନିଆଁ ବ୍ୟାପି ଯାଇଥିଲା ଆଉ ତଳ ମହଲାରେ ଥିବା ଲୋକେ ଜୀବନ ବଂଚାଇବା ପାଇଁ ଏଣେତେଣେ ଦୌଡୁଥିଲେ ମଧ୍ୟ କେହି ଜଣିଏ ହେଲେ ବି ବ୍ୟକ୍ତି ଉପର ମହଲାକୁ ଯାଇ ଏସଂପର୍କରେ ପିଲାମାନଙ୍କୁ ସୂଚନା ଦେଇନଥିଲେ ।
ନିଆଁ ଲାଗିଥିବା ବେଳେ ଉକ୍ତ ବିଲ୍ଡିଂରେ କୋଚିଂ ନେଉଥିବା ୧୫ ବର୍ଷର ରାମ ବାଘାଣୀଙ୍କ କହିବା ଅନୁସାରେ, ମୁଁ ସେହି ବିଲ୍ଡିଂର ତୃତୀୟ ମହଲାରେ କୋଚିଂ ନେଉଥିଲି । ଠିକ୍ ଏହି ସମୟରେ ଧୂଆଁ ରୁମ ସାରା ଖେଳିଯାଇଥିଲା । କେହି କିଛି ଭାବିବା ଆଉ ଜାଣିବା ପୂର୍ବରୁ ନିଆଁ ସେତେବେଳେ ପୂରା ମହଲାକୁ ବ୍ୟାପି ଯାଇଥିଲା । ଏଭଳି ପରିସ୍ଥିତିରେ ଆମ ପାଖରେ ୩ୟ ମହଲାରୁ ତଳକୁ ଡେଇଁବା ଛଡା ଅନ୍ୟ କିଛି ବୁଦ୍ଧି ଜୋଟି ନଥିଲା । ତେଣୁ ମରିବା ସୁନିଶ୍ଚିତ ଭାବି ଗୋଟିଏ ପରେ ଗୋଟିଏ ବିଲ୍ଡିଂ ତଳକୁ ଡେଇଁବା ଆରମ୍ଭ୭ କରିଥିଲେ । ତେବେ ସୌଭାଗ୍ୟବଶତଃ ରାମ ବାଘାଣୀଙ୍କ ଜୀବନ ବଂଚିଯାଇଛି । ତେବେ ୧୩ ଜଣ ଛାତ୍ରଛାତ୍ରୀ ତଳେ ପଡି ମୃତ୍ୟୁ ବରଣ କରିଥିବା ବେଳେ ଏବେବି କିଛି ଛାତ୍ରଛାତ୍ରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଅନ୍ୟପଟେ, ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଘଟଣା ପରେ ସୁରଟର ସମସ୍ତ କୋଚିଂ ସେଂଟରକୁ ବନ୍ଦ କରି ଦିଆଯାଇଛି । କୋଚିଂ ସେଂଟର ଥିବା ସମସ୍ତ ସ୍ଥାନର ଫାୟାର ସେଫଟି ଯାଂଚ ପରେ ପୁଣି ଥରେ କୋଚିଂ ସେଂଟର ଖୋଲାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୁରଟର ତକ୍ଷଶୀଳା କୋଚିଂ ସେଂଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ସମୟରେ ଉପର ମହଲାରେ ଥିବା ଲୋକମାନେ ତଳକୁ ଆସିବାକୁ କୌଣସି ବାଟ ପାଇନଥିଲେ । ଫଳରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ସହ କୋଚିଂ ସେଂଟରରେ ଥିବା ଲୋକ ଫସି ଯାଇଥିଲେ । ତେଣୁ ଜୀବନ ବଂଚାଇବା ପାଇଁ ୪ମହଲା କୋଠା ଉପରୁ ଲୋକେ ତଳକୁ ଡେଇଁଥିଲେ । ତେବେ ଲୋକଙ୍କୁ ବଂଚାଇବା ପାଇଁ ସ୍ଥାନୀୟ ଲୋକ ଚେଷ୍ଟା ଜାରି ରଖିଥିଲେ ମଧ୍ୟ କିଛି ଫଳପ୍ରଦ ହୋଇନଥିଲା । ଯାହାଦ୍ୱାରା ଏତେ ଲୋକଙ୍କର ପ୍ରାଣହାନି ହୋଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଛି । କିନ୍ତୁ ନିଆଁ ଲିଭାଇବା ପାଇଁ ବିଳମ୍ବ ହେବାରୁ ଏତେ ସଂଖ୍ୟାରେ ମୃତ୍ୟୁ ଘଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/407a9d85-f5c7-4133-a4e3-560dbc7015d8_161578_730x419-m.jpg)
/kanak/media/post_attachments/wp-content/uploads/2019/05/surat2-300x228.jpg)
/kanak/media/post_attachments/wp-content/uploads/2019/05/surat_43_news_1558705243_618x347-300x168.jpeg)