ମାଲିକ ହେବତ ଏମିତି ! କର୍ମଚାରୀଙ୍କୁ ୧ କୋଟିର ଟଙ୍କାର ମର୍ସିଡିଜ୍ କାର ଗିଫ୍ଟ କଲେ ହିରା ବ୍ୟବସାୟୀ ।

29

କର୍ମଚାରୀଙ୍କୁ କାର ଗିଫ୍ଟ କରି ପୁଣିଥରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ସୁରତର ହୀରା ବ୍ୟବସାୟୀ । ହୀରା ବ୍ୟବସାୟୀ ସବଜୀ ଭାଇ ଢୋଲାକିୟା ତାଙ୍କର ତିନି ଜଣ କର୍ମଚାରୀଙ୍କ କାମରେ ଖୁସି ହୋଇ ତିନୋଟି ନୂଆ ମର୍ସିଡିଜ୍ କାର ଉପହାର ଦେଇଛନ୍ତି ।

ସୂଚନା ଅନୁଯାୟୀ, କର୍ମଚାରୀଙ୍କୁ ଉପହାର ଦିଆଯାଇଥିବା GLS 350d  ମର୍ସିଡିଜ୍ କାରର ମୂଲ୍ୟ ପ୍ରାୟ ୧ କୋଟି ୩ଲକ୍ଷ ଟଙ୍କା ରହିଛି । ନିଜର କର୍ମଚାରୀ ମାନଙ୍କୁ ଦାମି ମର୍ସିଡିଜ୍ କାର ପ୍ରଦାନ କରିଥିବା ହିରା ବ୍ୟବସାୟୀ ସବଜି ଭାଇ ଢୋଲକିଆ ପୂର୍ବରୁ ମଧ୍ୟ କର୍ମଚାରୀମାନଙ୍କୁ କାର, ଘର ଏବଂ ଜୁଏଲାରି ଗିଫ୍ଟ କରିଛନ୍ତି । ସୁରତ ସହିତ ଦେଶ ବିଦେଶରେ ହରେ କୃଷ୍ଣ ଡାଇମଣ୍ଡ ଏକ୍ସପୋର୍ଟ କମ୍ପାନୀ ନାମରେ ହିରା କାରୋବାର କରୁଥିବା ସବଜୀ ଭାଇ ଢୋଲକିଆ ଏଥର ତାଙ୍କ କମ୍ପାନୀର ମ୍ୟାନେଜମେଣ୍ଟ ଅଫିସରେ ପୂର୍ବରୁ ୨୦-୨୭ ବର୍ଷ କାମ କରୁଥିବା ମୁକେଶ ଭାଇ ଚାନ୍ଦପରା, ନିଲେସ ଭାଇ ଜାଡା ଏବଂ ମହେସ ଭାଇ ନାମକ ତିନି ଜଣ କର୍ମଚାରୀଙ୍କୁ ତିନୋଟି ଦାମି କାର ଉପହାର ଦେଇଛନ୍ତି । ଉପହାର ପାଇଥିବା ତିନି ଜଣ କର୍ମଚାରୀଙ୍କ ଦରମା ମାସକୁ ପ୍ରାୟ ୩ ଲକ୍ଷ ଟଙ୍କା ହୋଇଥିଲେ ମଧ୍ୟ ସେମାନ ମର୍ସିଡିଜ୍ କିଣିବାର ସାହସ ଜୁଟାଇ ପାରୁନଥିଲେ । କିନ୍ତୁ ଏବେ ମାଲିକଙ୍କ ଉପହାର ପାଇଁ ସେମାନେ ଖୁବ୍ ଖୁସି ଅଛନ୍ତି । କେବଳ ସେତିକି ନୁହେଁ ଏହି କର୍ମଚାରୀ ମାନଙ୍କୁ ଉପହାର ଦେବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଆନଂଦୀ ବେନ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ ।

ଗତ ଗୁରୁବାର ଦିନ ଢୋଲକିଆ ତାଙ୍କ କର୍ମଚାରୀ ମାନଙ୍କୁ ମୂଲ୍ୟବାନ ମର୍ସିଡିଜ୍ କାର୍ ପ୍ରଦାନ କରିବା ସହ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତାଙ୍କର ଆଉ ଏକ କର୍ମଚାରୀଙ୍କୁ ସେ ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ତାଙ୍କ କହିବା ଅନୁସାରେ କର୍ମଚାରୀମାନଙ୍କ ପାଇଁ କମ୍ପାନୀ ଦିନକୁ ଦିନ ଉପରକୁ ବଢିବାରେ ଲାଗିଛି । ତେଣୁ ଏଥି ପାଇଁ ସେ ତାଙ୍କ କର୍ମଚାରୀମାନଙ୍କୁ ଖୁସି ହୋଇ ଉପହାର ପ୍ରଦାନ କରୁଛନ୍ତି ।