ସୁରତ ଅଗ୍ନିକାଣ୍ଡ ସାରା ଦେଶରେ ଚହଳ ପକାଇଦେଇଛି । ଦୁର୍ଘଟଣାରେ ନିଜ ଜୀବନ ବଂଚାଇ ପାରିଥିବା ପ୍ରତ୍ୟକ୍ଷଦର୍ଶୀ ଭୟାବହ ଘଟଣା ବିଷୟରେ କହିଛନ୍ତି । ସେ କହିଛନ୍ତି, ନିଆଁରୁ ବଂଚିବା ପାଇଁ କୋଚିଙ୍ଗ ସେଣ୍ଟରରେ ପଢ଼ୁଥିବା ଅନେକ ପିଲା ବିଲଡିଙ୍ଗରୁ ଡେଇଁ ପଡୁଥିଲେ । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୦ ଛାତ୍ର ଓ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଛାତରୁ ଡେଇଁ ଆହତ ହୋଇଥିବା ରୁଷିତ ହୃଦୟ ବିଦାରକ କାହାଣୀ ଶୁଣାଇଲେ ।
୧୭ ବର୍ଷୀୟ ରୁଷିତ ବେକରିୟାଙ୍କ କହିବାନୁସାରେ, ଯେତେବେଳେ ସେମାନେ ପଢୁଥିଲେ, ହଠାତ୍ ଧୁଆଁ ଆସିଲା । ତଳେ ପାହାଚରେ କାଗଜ ଜଳୁଥିବାରୁ ଧୁଆଁ ଆସୁଥିବା କଥା କହିଲେ ତାଙ୍କ ଶିକ୍ଷକ । କିନ୍ତୁ ଧିରେ ଧିରେ ଧୁଆଁ ବଢ଼ିବାକୁ ଲାଗିଥିଲା । ଏହାପରେ ସୁରକ୍ଷା ପାଇଁ କୋଚିଙ୍ଗ ସେଣ୍ଟରର ଶେଷ କୋଠରୀକୁ ଗଲେ । ଯେତେବେଳେ ଶ୍ୱାସ ନେବାରେ ଅସୁବିଧା ହେଲା, ଝରକା ଭାଙ୍ଗିବାକୁ ପଡିଲା ।
ରୁଷିତ କହିଲେ କି, “ ଆମେ ଦମକଳ ଗାଡିକୁ ତଳେ ଦେଖିଲୁ ଓ ଲୋକମାନେ ଆମକୁ ତଳକୁ ଡେଇଁବାକୁ କହୁଥିଲେ । କିନ୍ତୁ ତଳେ ଆମକୁ ଧରିବା ପାଇଁ କୌଣସି ସୁରକ୍ଷାତ୍ମକ ଜାଲ ନଥିଲା । ମୁଁ ଭାବିଲି କି ଏହି ଧୁଆଁରେ ରହିଲେ ଶ୍ୱାସରୁଦ୍ଧ ହୋଇ ମରିଯିବି । ସେଥିପାଇଁ ମୁଁ ଉପାୟ ନପାଇ ୪ମହଲାରୁ ଡେଇଁ ପଡିଲି ।” ରୁଷିତଙ୍କ ହାତ ଓ ମୁଣ୍ଡରେ ମାଡ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/KAHANI.jpg)
/kanak/media/post_attachments/wp-content/uploads/2019/05/23-1-300x223.png)
/kanak/media/post_attachments/wp-content/uploads/2019/05/surat_43_news_1558705243_618x347-300x168.jpeg)