କନକ ବ୍ୟୁରୋ : ବିଧାନସଭାର ନୂଆ ବାଚସ୍ପତି ଭାବେ ଦାୟିତ୍ୱ ନେଇଛନ୍ତି ରଣପୁର ବିଧାୟିକା ସୁରମା ପାଢୀ । ଏହି ଗୁରୁଦାୟିତ୍ୱ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି ବାଚସ୍ପତି । ଏହାସହ ସୁରମା ପାଢୀ କହିଛନ୍ତି, ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର ତଥା ପବିତ୍ର ଗୃହ । ଏହି ଗୃହରେ ବାଚସ୍ପତି ପଦ ଅଳଙ୍କୃତ କରି ଅନେକ ବିଶିଷ୍ଟ ବ୍ୟକ୍ତି ଦେଶ ତଥା ରାଜ୍ୟର ଗରିମାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି । ଓଡ଼ିଶାବାସୀ ଏହି ଗୃହ ଉପରେ ବିଶ୍ୱାସ କରନ୍ତି ।

Advertisment

ମୁଁ ଜଣେ ସାଧାରଣ ପରିବାରର ଝିଅ । ରାଜନୀତି କ୍ଷେତ୍ରରେ ଆସିବା ଓ କାର୍ଯ୍ୟ କରିବା କ୍ଷେତ୍ରରେ କେବେ କଳ୍ପନା ମଧ୍ୟ କରିନଥିଲି ଯେ, ଏଭଳି ପବିତ୍ର ଗୃହର ପରିଚାଳନା କରିବାର ଦାୟିତ୍ୱ  ମିଳିବ ବୋଲି । ସମସ୍ତଙ୍କର ପରାମର୍ଶ ଅନୁଯାୟୀ, ପବିତ୍ର ଗୃହର ପଦମର୍ଯ୍ୟାଦା, ସମ୍ମାନ ଓ ଗାରିବା ରକ୍ଷା କରିବା ବଡ ଦାୟିତ୍ୱ । ଏହା ମୋର ଏବଂ ଗୃହର ସମସ୍ତ ସଦସ୍ୟଙ୍କର କର୍ତ୍ତବ୍ୟ । ଗୃହର ସୁପରିଚାଳନା ପାଇଁ ସମସ୍ତ ଦଳର ନେତା ସହଯୋଗ କରିବେ ବୋଲି ଆଶା ରଖିଛି । ଦଳମତ ନିର୍ବିଶେଷରେ ସାଢେ ୪ କୋଟି ଓଡ଼ିଆ, ଓଡ଼ିଶାର ବିକାଶ ପାଇଁ ଏଠାକୁ ସମସ୍ତ ସଦସ୍ୟଙ୍କୁ ପଠାଇଛନ୍ତି । ସମସ୍ତଙ୍କ ସହଯୋଗରେ ଗୃହ ପରିଚାଳନା କରିବାକୁ ସମର୍ଥ ହେବି ବୋଲି କହିଛନ୍ତି ବାଚସ୍ପତି ସୁରମା ପାଢୀ ।