କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । କିଏ ହେବ ସୋରଡାର ଶେହନସା ? ଗତ ୪ଟି ନିର୍ବାଚନରେ ୩ ପ୍ରମୁଖ ଦଳକୁ ସୁଯୋଗ ଦେଇଛନ୍ତି ଭୋଟର, ଏଥର କାହାକୁ ନିଜର ନେତା ବାଛିବେ ଜନତା । ତେବେ ଆସିକା ସଂସଦୀୟ କ୍ଷେତ୍ର ଅଧିନରେ ଥିବା ସୋରଡ଼ା ବିଧାନସଭା ଆସନ ପାଇଁ ନେତା ବାଛୁଛନ୍ତି ମତଦାତା । ସେପଟେ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଛାତିରେ ପସିଛି ଛନକା । କିଏ ମାରିବ ବାଜି ଆଉ କିଏ ବସିବ ସୋରଡ଼ା ସିଂହାସନରେ ତାହାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ତେବେ ଆସନ୍ତୁ ଜାଣିବା ସୋରଡ଼ା ବିଧାନସଭା କ୍ଷେତ୍ର ସମ୍ବନ୍ଧୀୟ କିଛି ରାଜନୈତିକ ପୃଷ୍ଠଭୂମିର ତଥ୍ୟ କ’ଣ କହୁଛି ।
୨୦୧୯ର ଲଢେଇ
ବିଜେଡି: ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
କଂଗ୍ରେସ: ସଂଗ୍ରାମ ମହାନ୍ତି
ବିଜେପି: ନୀଳମଣି ବିଷୋୟୀ
୨୦୧୯-ବିଜେଡି: ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
- ୨ଥର ବିଧାୟକ
- ୨୦୦୯ ଏବଂ ୨୦୧୪ରେ ବିଧାୟକ
- ବିଜେଡିର ବଡ ସଂଗଠନ ରହିଛି
୨୦୧୯-କଂଗ୍ରେସ: ସଂଗ୍ରାମ ମହାନ୍ତି
- କଂଗ୍ରେସର ଯୁବ ଚେହେରା ତଥା ଛାତ୍ର ନେତା
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି
- ସିପିଆଇଏମ୍ ନେତା ତଥା ମାଓ ମଧ୍ୟସ୍ଥ ଦଣ୍ଡପାଣି ମହାନ୍ତିଙ୍କ ପୁଅ
୨୦୧୯-ବିଜେପି: ନୀଳମଣି ବିଷୋୟୀ
- ୨୦୦୯ରେ ସ୍ୱାଧୀନ ପ୍ରାର୍ଥୀ
- ସ୍ୱାଧୀନ ଭାବେ ଲଢି ୪ ହଜାର ଭୋଟରେ ପରାଜିତ
- ପୂର୍ବତନ ବେଲଗୁଂଠା ବ୍ଳକ୍ ଅଧ୍ୟକ୍ଷ
ମୈଦାନରେ ମହିଳା ପ୍ରାର୍ଥୀ
- କେହି ନାହାଁନ୍ତି
ମୁହାଁମୁହିଁ ପ୍ରାର୍ଥୀ
- ଦୁଇଥରର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେଡି
- କଂଗ୍ରେସ, ଛାତ୍ର ନେତା ତଥା ନୂଆ ଚେହେରା ସଂଗ୍ରାମ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି
- ୨୦୦୯ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ୪ ହଜାର ଭୋଟ୍ରେ ହାରିଥିବା ତଥା ପୂର୍ବତନ ବେଲଗୁଂଠା ବ୍ଳକ୍ ଅଧ୍ୟକ୍ଷ ନୀଳମଣି ବିଷୋୟୀଙ୍କୁ ପ୍ରାର୍ଥୀ କରିଛି ବିଜେପି
ସୋରଡା ବିଧାନସଭା ଆସନ
- ୧୯୫୭ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
- ଆସ୍କା ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- ଅନନ୍ତ ନାରାୟଣ ସିଂହଦେଓ ୪ ଥର ବିଧାୟକ
- କଂଗ୍ରେସର ଦବଦବା ରହିଛି
- ୨୦୦୯ରେ ପ୍ରଥମଥର ବିଜେଡି ଜିତିଥିଲା
- ୨୦୦୯ ଏବଂ ୨୦୧୪ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବିଜେଡ଼ିରୁ ବିଧାୟକ
ନିର୍ବାଚନ ମଣ୍ଡଳୀ ତଥ୍ୟ
- ସୋରଡ଼ା ଓ ବେଲଗୁଣ୍ଠା ବ୍ଳକ୍ ଏବଂ ଉଭୟ ଏନ୍ଏସିକୁ ନେଇ ସୋରଡା ନିର୍ବାଚନମଣ୍ଡଳୀ ଗଠିତ ।
- ବେଲଗୁଣ୍ଠା ବ୍ଳକ୍ ଅଣବିଜେଡ଼ି କବଜାରେ ରହିଛି ଏବଂ ସୋରଡ଼ା ବ୍ଳକ୍ ବିଜେଡ଼ି କବଜାରେ ।
- ଉଭୟ ଏନ୍ଏସି, ବିଜେଡ଼ି କବଜାରେ ରହିଛି ।
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୬ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୯ ହଜାର ୨୮୪
- ମତ ଦେଇଥିଲେ – ୧ ଲକ୍ଷ ୩୭ ହଜାର ୧୪୮
- ଭୋଟଦାନ ହାର – ୬୫.୫୩%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବିଜେଡି ୬୭,୫୪୬ ୪୯.୨୫% ବିଜୟୀ
ବସନ୍ତ ବିଷୋୟୀ କଂଗ୍ରେସ ୫୧,୫୪୬ ୩୭.୫୮% ପରାସ୍ତ
ଭଗବାନ ପଣ୍ଡା ବିଜେପି ୯,୨୭୦ ୬.୭୬% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ଦଳ - ବିଜେଡି
ଭୋଟ - ୬୭,୫୪୬
ପ୍ରତିଶତ - ୪୯.୨୫%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଭଗବାନ ପଣ୍ଡା
ଦଳ - ବିଜେପି
ଭୋଟ - ୯,୨୭୦
ପ୍ରତିଶତ - ୬.୭୬%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ବସନ୍ତ କୁମାର ବିଷୋୟୀ
ଦଳ - କଂଗ୍ରେସ
ଭୋଟ - ୫୧,୫୪୬
ପ୍ରତିଶତ - ୩୭.୫୮%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବିଜୟୀ ହୋଇଥିଲେ
- ୬୭ହଜାର ୫୪୬ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ବସନ୍ତ କୁମାର ବିଷୋୟୀଙ୍କୁ ପରାସ୍ତ କରିଥିଲେ
- ୧୬ ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୩ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୭ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୮୫ ହଜାର ୭୨୦
- ମତ ଦେଇଥିଲେ – ୧ ଲକ୍ଷ ୦୭ ହଜାର ୧୬୦
- ଭୋଟଦାନ ହାର –
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବିଜେଡି ୪୩,୨୯୯ ୪୦.୪୧% ବିଜୟୀ
ସୟଦ ମୁବାରକ କଂଗ୍ରେସ ୧୦,୫୧୭ ୯.୮୧% ପରାସ୍ତ
ବି. ଦଣ୍ଡପାଣୀ ପାତ୍ର ବିଜେପି ୭,୮୧୧ ୭.୨୯% ପରାସ୍ତ
ନୀଳମଣୀ ବିଷୋୟୀ ସ୍ୱାଧୀନ ୩୯,୨୮୮ ୩୬.୬୬% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ଦଳ - ବିଜେଡି
ଭୋଟ - ୪୩,୨୯୯
ପ୍ରତିଶତ - ୪୦.୪୧%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ବି. ଦଣ୍ଡପାଣୀ ପାତ୍ର
ଦଳ - ବିଜେପି
ଭୋଟ - ୭୮୧୧
ପ୍ରତିଶତ - ୭.୨୯%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ସୟଦ ମୁବାରକ
ଦଳ - କଂଗ୍ରେସ
ଭୋଟ - ୧୦,୫୧୭
ପ୍ରତିଶତ - ୯.୮୧%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବିଜୟୀ ହୋଇଥିଲେ
- ୪୩ ହଜାର ୨୯୯ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- ସ୍ୱାଧୀନ ପ୍ରାର୍ଥୀ ନୀଳମଣୀ ବିଷୋୟୀଙ୍କୁ ପରାସ୍ତ କରିଥିଲେ
- ୪ ହଜାର ୧୧ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୨ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ ବନାମ ୨୦୧୪
- ୨୦୧୪ରେ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ବଦଳିଥିଲେ ।
- ବି. ଦଣ୍ଡପାଣି ପାତ୍ରଙ୍କ ବଦଳରେ ଭଗବାନ ପଣ୍ଡାଙ୍କୁ ବିଜେପି ପ୍ରାର୍ଥୀ କରିଥିଲା
- ସୟଦ ମୁବାରକଙ୍କ ସ୍ଥାନରେ ବସନ୍ତ କୁମାର ବିଷୋୟୀଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ
- ୨୦୧୪ରେ ୨୦୦୯ ଅପେକ୍ଷା ୪୦ ହଜାରରୁ ଅଧିକ ଭୋଟ୍ ପାଇଥିଲା କଂଗ୍ରେସ
- ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ପୁଣି ପ୍ରାର୍ଥୀ କରି ଜିତିଥିଲା ବିଜେଡି