ପୁଅ କହିଥିଲେ କଂଗ୍ରେସରୁ ଲଢିବେନି, ବାପା କହିଲେ ପୁଅ କଂଗ୍ରେସରୁ ଅଲବତ ଲଢିବ । ସାନପୁଅକୁ ନେଇ କଣ କହିଲେ ସୁର?

ପୁଅ କହିଥିଲେ କଂଗ୍ରେସରୁ ଲଢିବେନି, ବାପା କହିଲେ ପୁଅ କଂଗ୍ରେସରୁ ଅଲବତ ଲଢିବ । ସାନପୁଅକୁ ନେଇ କଣ କହିଲେ ସୁର?

କନକ ବ୍ୟୁରୋ : କାଲି ପୁଅ କହିଥିଲେ କଂଗ୍ରେସରୁ ଲଢିବେନି, ଆଜି ବାପା କହିଲେ ପୁଅ କଂଗ୍ରେସରୁ ଅଲବତ ଲଢିବ । ତାହା ବି ଜଟଣୀ ଆସନରୁ । ଏନେଇ ସ୍ପଷ୍ଟ କରିଛନ୍ତି ଜଟଣୀରୁ କଂଗ୍ରେସ ବିଧାୟକ ଥିବା ସୁରେଶ ରାଉତରାୟ । ପୁଅ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାର ୨୪ ଘଣ୍ଟା ବିତିନଥିବା ବେଳେ ସୁର ଏନେଇ ସ୍ପଷ୍ଟ ମତ ରଖିଛନ୍ତି ।

ସୁର କହିଛନ୍ତି, ଆଗାମୀ ନିର୍ବାଚନରେ ମୁଁ ଲଢିବିନି । ଜଟଣୀରେ ସାନ ପୁଅ ମନ୍ମଥ ଲଢିବ । ସାନପୁଅକୁ ଏବେ ଉଭୟ ବିଜେଡି ଓ ବିଜେପି ନିଜ ଦଳରେ ସାମିଲ କରିବାକୁ ଉଦ୍ୟମ କରୁଛନ୍ତି । ପ୍ରତ୍ୟକ୍ଷ ରାଜନୀତିରେ ସାନପୁଅର ସେତେଟା ଅଭିଜ୍ଞତା ନାହିଁ । ତେଣୁ ଚପଳା ମନରେ କଂଗ୍ରେସରୁ ଲଢିବାକୁ ମନା କରିଛି । କିନ୍ତୁ ସାନପୁଅ କଂଗ୍ରେସରୁ ଅଲବତ ଲଢିବ । ଜଟଣୀ ଆସନରୁ କଂଗ୍ରେସ ଟିକେଟ ପୁଅକୁ ମିଳିବ, ଜଟଣୀବାସୀ ଓ ମୁଁ ତାକୁ ଜିତାଇବାର ଦାୟିତ୍ୱ ନେବୁ । ଏନେଇ ଗତକାଲି ରାତିରେ ସାନପୁଅ ସହ କଥା ହୋଇଥିବା କହିଛନ୍ତି ସୁର ରାଉତରାୟ ।

ଏହାସହ ସୁର କହିଛନ୍ତି, ସାନପୁଅ କଂଗ୍ରେସରୁ ନିଶ୍ଚୟ ଲଢିବ । ମୁଁ ତାଙ୍କୁ ହୁଇପ କରିବି । ତେବେ ସେ ଯେଉଁ ପ୍ରତିକ୍ରିୟା ରଖିଛି ତାହା ପାଇଁ ଏଆଇସିସି କାର୍ଯ୍ୟାନୁଷ୍ଠାନ ନେଲେ ମୋର ଆପତ୍ତି ନାହିଁ । ଶୃଙ୍ଖଳା ଭାଙ୍ଗିଥିବାରୁ ମନ୍ମଥକୁ ସସପେଣ୍ଡ କରିବାକୁ କହିଛି । ଲୋକଙ୍କ କାମ କରିବାକୁ କହିଛି । ଠିକ୍ ସମୟରେ ଆସି କଂଗ୍ରେସରୁ ନାମାଙ୍କନପତ୍ର ଦାଖଲ କରିବାକୁ କହିଛି । ମୋର ବିଶ୍ୱାସ ପୁଅ ନିଶ୍ଚୟ ମୋ କଥା ରଖିବ ।  ବିଜେଡି-ବିଜେପି ଟିକେଟ ଆଡେଇ ଦେବ, କଂଗ୍ରେସ ଟିକେଟକୁ ଧରିବ ସାନପୁଅ ।

ଏହାପୂର୍ବରୁ ଗତକାଲି ସୁରଙ୍କ ସାନପୁଅ ମନ୍ମଥ ରାଉତରାୟ ଗଣମାଧ୍ୟମରେ କହିଥିଲେ, ୨୦୨୪ରେ କଂଗ୍ରେସ ଟିକେଟରୁ ଲଢିବେନି । ତାଙ୍କ ଟିମ୍ କରିଥିବା ସର୍ଭେରେ ଜଟଣୀବାସୀ ତାଙ୍କୁ କଂଗ୍ରେସରୁ ଦେଖିବାକୁ ଚାହୁଁନଥିବା କହିଥିଲେ ମନ୍ମଥ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe