କନକ ବ୍ୟୁରୋ: ବିଲରେ ଅଖିମୁଠି ଅନୁକୂଳ କଲେ ସୁର ରାଉତରାୟ । ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ ବିଲରେ ଅଖି ମୁଠି ଅନୁକୂଳ କରିଛନ୍ତି । ଜଟଣୀର ପ୍ରଧାନ ସାହି ପଞ୍ଚାୟତ କଣ୍ଟିଲୋ ଗାଁରେ ଅଖି ମୁଠି ଅନୁକୂଳ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ ଏବଂ ସୁର ରାଉତରାୟ । ସୁର ଧାନ ବୁଣୁଥିବା ବେଳେ ବିଭୂତି ବଳବନ୍ତରାୟ ଲଙ୍ଗଳ ଧରିଥିବା ଦେଖିବାକୁ ମିଳିଛି । ଏକଦା ଦୁଇ ନେତା ପରସ୍ପରର ଘୋର ବିରୋଧୀ ଥିଲେ । କିନ୍ତୁ ସୁରଙ୍କ ପୁଅ ମନ୍ମଥ ରାଉତରାୟ ବିଜେଡିର ଲୋକସଭା ପ୍ରାର୍ଥୀ ହେବା ପରେ ଦୁଇ ନେତା ଏକାଠି ହୋଇଥିବା ଦେଖିବାକୁ ମିଳିଛି । ସୁର କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି । ଏହାପରେ ସେ କୌଣସି ଦଳରେ ଯୋଗ ଦେଇନାହାନ୍ତି । କିନ୍ତୁ ବିଜେଡିର ଭୁବନେଶ୍ୱର ଲୋକସଭା ଆସନର ସାଂସଦ ପ୍ରାର୍ଥୀ ତଥା ତାଙ୍କ ପୁଅ ମନ୍ମଥଙ୍କ ପାଇଁ ସେ ପ୍ରଚାର କରୁଛନ୍ତି । ଏବଂ ଶଂଖ ଚିହ୍ନରେ ଭୋଟ୍ ଦେବାକୁ ଅପିଲ କରୁଛନ୍ତି ।
ବିଲରେ ଅଖିମୁଠି ଅନୁକୂଳ କଲେ ବରିଷ୍ଠ ନେତା ସୁର ରାଉତରାୟ । ଜଟଣୀର ପ୍ରଧାନ ସାହି ପଞ୍ଚାୟତ କଣ୍ଟିଲୋ ଗାଁରେ ବୁଣିଲେ ବିହନ ।
/kanak/media/post_attachments/wp-content/uploads/2024/05/Screen-Shot-2024-05-10-at-10.35.51-AM.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)