ଉପନିର୍ବାଚନ ଫଳାଫଳ ପରେ ଆତ୍ମସମୀକ୍ଷା : ବାଲେଶ୍ୱର ଓ ତିର୍ତ୍ତୋଲରେ କାହିଁକି ହେଲା ‘ପଦ୍ମ’ର ପରାଜୟ ସମୀକ୍ଷା କରିବ ବିଜେପି: ସେପଟେ, ଅନ୍ତର୍ଘାତୀ କାମ ପାଇଁ କଂଗ୍ରେସ ହାରିଥିବା ନେଇ କହିଲେ ସୁର

260

କନକ ବ୍ୟୁରୋ: ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନରେ ବିଜେପିର ପରାଜୟକୁ ନେଇ ସମୀର ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି । ଜନମତକୁ ନମ୍ରତାର ସହ ସ୍ୱୀକାର କରୁଛନ୍ତି ଓ ସମ୍ମାନ ଜଣାଉଥିବା କହିଛନ୍ତି ସମୀର ମହାନ୍ତି । ପ୍ରସଙ୍ଗ ଭିର୍ତିକ ନିର୍ବାଚନ ଲଢିଥିଲେ । ରାଜ୍ୟରେ ଏଣିକି ଦ୍ୱିପାକ୍ଷିକ ଲଢେଇ ହେବ ବୋଲି ଏହି ନିର୍ବାଚନ ସ୍ପଷ୍ଟ ସଂକେତ ଦେଇଛି । କଣ ପାଇଁ ବିଜେପି ହାରିଲା ଏହା ଆଭ୍ୟନ୍ତରୀଣ ବ୍ୟାପାର , ଏନେଇ ସମୀକ୍ଷା ହେବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।

ସେପଟେ ବାଲେଶ୍ୱର ଓ ତିର୍ତୋଲରେ କଂଗ୍ରେସ ପରାଜୟ ପଛରେ କଂଗ୍ରେସ ହିଁ ଦାୟୀ ବୋଲି କହିଛନ୍ତି ସୁର ରାଉତରାୟ । ଦଳର କିଛି ନେତାଙ୍କ ଅନ୍ତର୍ଘାତି କାର୍ଯ୍ୟ ପାଇଁ ଦଳ ହାରିଥିବା ସେ କହିଛନ୍ତି । ନେତାମାନେ ବାଲେଶ୍ୱରରେ ଠିକ ଭାବେ ପ୍ରଚାର କଲେନି, ଉପର ଠାଉରିଆ ଭାବେ ପ୍ରଚାର କଲେ ବୋଲି କହିଛନ୍ତି ସୁର ରାଉତରାୟ ।

ଅନ୍ୟପଟେ, ଉପନିର୍ବାଚନରେ ସଫଳତାକୁ ନେଇ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଏହି ନିର୍ବାଚନ ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଂଜ ଥିଲା । ବିଜେଡି ଜିତିବାର ମୂଳମନ୍ତ୍ର ନବୀନ ମନ୍ତ୍ର ଓ ତା ସହିତ ବିକାଶ ଓ ସୁଶାସନ । ପ୍ରତାପ ଜେନା କହିଛନ୍ତି ଯେ,  ଗତ ନିର୍ବାଚନରେ ବାଲେଶ୍ୱର ସଦର ଆସନ ବିଜେପି ପାଖରେ ଥିଲା । ବିଜେପି ଯେତିକି ଭୋଟରେ ଜିତିଥିଲା ଆମେ ମଧ୍ୟ ସେତିକିରେ ଜିତିଲୁ । ବିଜେଡି ଯାହାକୁ ପ୍ରାର୍ଥୀ କରିଥିଲା ସେ ଜଣେ ସାଧାରଣ କର୍ମୀ । ତାଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କଲା ଆଉ ଜିତାଇଲା । ବିଜେଡି ଜିତିବାର ମୂଳମନ୍ତ୍ର ନବୀନ ମନ୍ତ୍ର, ବିକାଶ ଓ ସୁଶାସନ। କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ନେତା ବିଜେପି ପାଇଁ ପ୍ରଚାର କରିଥିଲେ । ବିଜେଡି ସୁପ୍ରିମୋ କେବଳ ଭର୍ଚୁଆଲ ରାଲି କରିଥିଲେ । ଅର୍ଥବଳ ଓ ବାହୁବଳ କଥା କହୁଥିବା ବିଜେପି ମଧ୍ୟ ଖର୍ଚ୍ଚ କରିଛି ।