ମମିତା ହତ୍ୟା ଘଟଣାରେ ସୁର ରାଉତରାୟଙ୍କ ପ୍ରତିକ୍ରିୟା । କହିଲେ, ମମିତାଙ୍କ ପରିବାର ଉପରେ ଚାପ ପକାଯାଉଛି ।

109

କନକ ବ୍ୟୁରୋ : ମମିତାଙ୍କ ପରିବାରଙ୍କ ପୋଲିସ ଓ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଉପରେ ବିଶ୍ୱାସ ରହିଥିବା କହିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ନେତା । ସେମାନଙ୍କ ଉପରେ ଚାପ ପକାଯାଉଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ହେଲେ ମମିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ କଂଗ୍ରେସ ତାର ଲଢେଇ ଜାରି ରଖିବ ବୋଲି କହିଛନ୍ତି କଂଗ୍ରେସ ନେତା ।

ସେହିପରି ମମିତା ମାମଲା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସିଧା ସମ୍ପୃକ୍ତି ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ତେଣୁ ସେ ମଧ୍ୟ ମମିତାଙ୍କ ପରିବାର ଉପରେ ଆରମ୍ଭରୁ ଚାପ ରହିଥିବା ପ୍ରତିକ୍ରିୟା ରଖିଛନ୍ତି । ଘଟଣାକୁ ମାସେ ପୁରିବାକୁ ବସିଥିଲେ ବି ମନ୍ତ୍ରୀଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା । ତେଣୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ଜୋରଦାର ବିରୋଧ କରିବ ବୋଲି କଂଗ୍ରେସ ପୁଣି ଚେତାବନୀ ଦେଇଛି ।