ପିପିଲି ଉପ-ନିର୍ବାଚନ : ସୁର ରାଉତରାୟ କହିଲେ ଲଢେଇ ପାଇଁ ଆମେ ପ୍ରସ୍ତୁତ । ଦିବଙ୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବା ପାଇଁ ଦେଲେ ପ୍ରସ୍ତାବ 

190

କନକ ବ୍ୟୁରୋ : ଗତକାଲି ପିପିଲି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ଏହାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି । ସ୍ୱର୍ଗତ ଅଜିତ ମଙ୍ଗରାଜଗଙ୍କ ସ୍ତ୍ରୀ ପ୍ରାର୍ଥୀ ହେଲେ ଭଲ ହୁଅନ୍ତା ବୋଲି କହିଛନ୍ତି ସୁର ରାଉତରାୟ । ସେ ଜଣେ ଉଚ୍ଚ ଶିକ୍ଷିତା… ଭାରି ଭଲ ଲୋକ । ତାଙ୍କର ଅନେକ ଲୋକପ୍ରିୟତା ରହିଛି । ଯଦି ନିର୍ବାଚନ ଲଢିବା ପାଇଁ ରାଜି ହୁଅନ୍ତି ତାହେଲେ ଭଲ ହୁଅନ୍ତା । କିନ୍ତୁ ଦଳର ମୁଖିଆ ଯାହାକୁ ବାଛିବେ ଆମେ ତାଙ୍କ ପାଇଁ ଲଢିବୁ । ସେହିପରି ପିପିଲି ଉପ ନିର୍ବାଚନରେ ରାଲି ବନ୍ଦ ହେଲେ ଭଲ ହୁଅନ୍ତା ବୋଲି କହିଛନ୍ତି ସୁର ରାଉତରାୟ । ସମସ୍ତ ରାଲି ବନ୍ଦ ହେବା ଦରକାର ବୋଲି ସେ କହିଛନ୍ତି । 

ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନର ସାନି ତାରିଖ ଘୋଷଣା ହୋଇଛି । ମେ’ ମାସ ୧୩ ତାରିଖରେ ପିପିଲିରେ ପଡ଼ିବ ଭୋଟ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସାନି ମତଦାନ ନେଇ ଏପ୍ରିଲ ୧୯ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବେ ନିର୍ବାଚନ କମିସନ । କଂଗ୍ରେସର ନୂଆ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ । ବିଧିବଦ୍ଧ ବିଜ୍ଞପ୍ତିରେ ପୂରା ପ୍ରକ୍ରିୟା ନେଇ ସୂଚନା ମିଳିବ । ପିପିଲିରେ ୧୭ ତାରିଖରେ ମତଦାନ ହୋଇଥାନ୍ତା । ତେବେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହେବାରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା ।