ମୁକୁଳା ଡ୍ରେନରେ ପଡି ଛାତ୍ର ଭାସିଯିବା ଘଟଣା । ଆରମ୍ଭ ହେଲା ରାଜନୀତି

106

କନକ ବ୍ୟୁରୋ : ମୁକୁଳା ଡ୍ରେନରେ ପଡି ଛାତ୍ର ଭାସିଯିବା ପରେ ଆରମ୍ଭ ହୋଇଛି ରାଜନୀତି । ଏହି ଅଭାବନୀୟ ଘଟଣା ପାଇଁ ବିଏମସିର ବେପରୁଆ ମନୋଭାବକୁ ଦାୟୀ କରିଛି ବିଜେପି । ଘଟଣା ପାଇଁ ପ୍ରାଶାସିକ ଅବହେଳାକୁ ଦାୟୀ କରି ବିଏମସି କମିଶନରଙ୍କ ବିରୋଧରେ ଏତଲା ଦେଇଛି ଭୁବନେଶ୍ୱର ଜିଲ୍ଲା ବିଜେପି । ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଖଣ୍ଡଗିରି ଥାନାରେ ଏହି ଏତଲା ଦିଆଯାଇଛି ।

ଆଜି ମଧ୍ୟ ଦିନ ୧୧ଟାରେ ବିଏମସି ଅଫିସ ଆଗରେ ଧାରଣ ଦିଆଯିବ ବୋଲି ଦଳ କହିଛି । ଛାତ୍ର ନିଖୋଜ ହେବା ଘଟଣା ସଂପର୍କରେ ଅବଗତ ହୋଇ ଘଟଣାସ୍ଥଳରେ ପହଂଚିଥିଲେ ମନ୍ତ୍ରୀ ତଥା ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ପଣ୍ଡା । ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ସେଠାରେ ପହଂଚି ବିଏମସିର ଅବହେଳାରୁ ଏଭଳି ଅଘଟଣ ଘଟିଥିବା କହିଛନ୍ତି । ତାଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ପକ୍ଷରୁ ଦୁର୍ଘଟଣାସ୍ଥଳ ନିକଟରେ ଧାରଣା ଦିଆଯାଇଥିଲା ।