ପ୍ରବର୍ତନ ନିର୍ଦେଶାଳୟରେ ହାଜର ହେଲେ ସୁର ବାବାଙ୍କ ପୁଅ

42

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ପ୍ରବର୍ତନ ନିର୍ଦେଶାଳୟରେ ହାଜର ହେଲେ ଭଣ୍ଡ ସୁର ବାବାଙ୍କ ପୁଅ । ଇଡିରେ ହାଜର ହୋଇଛନ୍ତି ଭକ୍ତଙ୍କ ଭାବାବେଗ ସହ ଖେଳିଥିବା କେଳେଙ୍କାରୀ ବାବା ସୁର ମିଶ୍ରଙ୍କ ପୁଅ ବିରଂଚି ମିଶ୍ର । ସୁର ସାମ୍ରାଜ୍ୟର ଜମିଜମା କାରବାର ନେଇ ବିରଂଚିଙ୍କୁ ଇଡି ଜେରା କରୁଥିବା ଜଣାପଡିଛି । ଗତକାଲି ସୁର ବାବାଙ୍କ ଆକାଉଁଟାଂଟ ମନୋରଂଜନ ଆଚାର୍ଯ୍ୟଙ୍କୁ ପଚରାଉଚରା କରିଥିଲା ପ୍ରବର୍ତନ ନିର୍ଦେଶାଳୟ । ଦଶନ୍ଧି ଦଶନ୍ଧି ଧରି କୁହୁକ ପୋଥିର କିମିଆରେ ଝିଇଁଟି ତ୍ରାହି ଅଚ୍ୟୁତ ଆଶ୍ରମରେ ଲୋକଙ୍କୁ ଲୁଟି ଥିଲେ ସୁରେନ୍ଦ୍ର ମିଶ୍ର । ସେହିପରି ସାରଥୀଙ୍କ ସହଯୋଗୀ ବିଲାସ୍କି ସ୍ୱାଇଁ ମଧ୍ୟ ଇଡିରେ ହାଜର ହୋଇଛନ୍ତି ।