ଭୁବନେଶ୍ୱର ଉପକଣ୍ଠ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରବାବାଙ୍କ ପରଲୋକ: ଦୀର୍ଘ ଦିନ ଧରିଥିଲେ ଅସୁସ୍ଥ; ଆଶ୍ରମ କେଳେଙ୍କାରୀରେ ୨୦୧୫ରେ ଗିରଫ ହୋଇ ଯାଇଥିଲେ ଜେଲ

1,122

କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ଝିଟିଂ ଶାସନ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର ଓରଫ ସୁରବାବାଙ୍କ ଦେହାନ୍ତ ହୋଇଯାଇଛି । ଶାରୀରିକ ଅସୁସ୍ଥତା ଯୋଗୁଁ କିଛିଦିନ ହେଲା ରାଜଧାନୀର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଆଉ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଆଶ୍ରମ କେଳେଙ୍କାରୀ ଘଟଣାରେ ୨୦୧୫ରେ ସୁରବାବା ଗିରଫ ହୋଇଥିଲେ ।

ସେ ସମସୟରେ ଏହି ଘଟଣା ବେଶ ଚର୍ଚ୍ଚା ଓ ବିବାଦରେ ରହିଥିଲା । ଆଶ୍ରମ ନାଁରେ ଜମି ଜବରଦଖଲ, ସମ୍ପତି ହଡପ, ମହିଳାଙ୍କୁ ଯୌନ ନିର୍ଯାତନା ଦେବ ଓ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଭଳି ଅନେକ ଅଭିଯୋଗ ଆସିଥିଲା । ଏପରିକି ଏହି ଘଟଣାରେ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦୁଇ ପୁଅ ତ୍ରିଲୋଚନ ଓ ବିରଂଚି ମଧ୍ୟ ଗିରଫ ହୋଇଥିଲା । ସୁରବାବାଙ୍କ ପୋଥି ପାଇଁ ବି ତ୍ରାହି ଅଚ୍ୟୁତ ଆଶ୍ରମ ବେଶ ଚର୍ଚ୍ଚାରେ ଥିଲା ।

ପୂର୍ବରୁ ତାଙ୍କ ପ୍ରତି ଜମି ଜବରଦଖଲଠାରୁ ଆରମ୍ଭ କରି ସମ୍ପତ୍ତି ହଡପ, ବେଆଇନ ଅସ୍ତ୍ର ଶସ୍ତ୍ର ରଖିବା, ମହିଳାଙ୍କୁ ବ୍ଲାକମେଲ କରି ଯୌନ ନିର୍ଯାତନା ଦେବା ଆଦି ବିଭିନ୍ନ ସଙ୍ଗୀନ ଅଭିଯୋଗ ଥିଲା । ଯାଞ୍ଚ ବେଳେ ତ୍ରାହି ଅଚ୍ୟୁତ ଆଶ୍ରମରୁ ପିସ୍ତଲ ଓ ଗୁଳି ମିଳିଥିଲା । ମୋଟ ୫ଟି ମାମଲା ରୁଜୁ ହୋଇଥିବାବେଳେ ସୁର ବାବାଙ୍କ ବିରୋଧରେ ବେଆଇନ ମାରଣାସ୍ତ୍ର ରଖିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା । ସୁର ବାବାଙ୍କ ସମେତ ତାଙ୍କ ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚିକୁ ମଧ୍ୟ ଗିରଫ କରିଥିବା ପୁଲିସ ।