କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିୟା ସୁଲେ, ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ହଟାଇବାକୁ ଦାବି

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିୟା ସୁଲେ, ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ହଟାଇବାକୁ ଦାବି

କନକ ବ୍ୟୁରୋ: ମଣିପୁର ମାମଲାରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଜାରିରହିଛି । ମଧ୍ୟାହ୍ନ ୧୨ଟାରୁ ଆଲୋଚନା ଆରମ୍ଭ ହୋଇଛି । ବିରୋଧୀ ମଣିପୁର ବିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ସଂସଦରେ ଦାବି କରିଥିଲେ । ଏହି ଦାବି ପୂରଣ ନହେବା ପରେ ବିରୋଧୀ ଦଳ ଅନାସ୍ଥା ପ୍ରସ୍ତାବ ସରକାର ବିରୋଧରେ ଆଣିଛନ୍ତି । ମଙ୍ଗଳବାର ଗୃହରେ ୧୬ ଘଣ୍ଟାର ଆଲୋଚନା ଆରମ୍ଭ ହୋଇଛି । ଏହା ଗୁରୁବାର ଶେଷ ହେବ । କଂଗ୍ରେସ ପକ୍ଷରୁ ଗୌରବ ଗୋଗଇ ଏବଂ ବିଜେପି ପକ୍ଷରୁ ନିଶିକାନ୍ତ ଦୁବେ ଆଲୋଚନା ଆରମ୍ଭ କରିଥିଲେ ।

ଏନସିପି ପକ୍ଷରୁ ସୁପ୍ରିୟା ସୁଲେ ନିଜର ମତ ରଖିଥିଲେ । ସେ କହିଥିଲେ ୯ ବର୍ଷର ସରକାରରେ ଦରଦାମ ବୃଦ୍ଧି ହୋଇଛି । କୃଷକଙ୍କ ସମସ୍ୟା ବଢିବାରେ ଲାଗିଛି । ୯ ରାଜ୍ୟରେ ସରକାରକୁ ଭାଙ୍ଗିଦେଇଛି ଏହି ସରକାର । ସେ ଆହୁରି ମଧ୍ୟ କହିଛନ୍ତି ଯାହାଙ୍କ ସରକାର ମଣିପୁରରେ ଅଛି ସେଠି ମହିଳାଙ୍କ ବିରୋଧରେ ଉତ୍ପୀଡନ ବଢିବାରେ ଲାଗିଛି । ଆମେ ତାଙ୍କର ସାଥ କେମିତି ଦେବୁ । ମୁଁ ବନ୍ଦେ ଭାରତ ବିରୋଧରେ ନାହିଁ କିନ୍ତୁ ଏହା ଗରିବଙ୍କ ପାଇଁ ନୁହେଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe