୧୧ ଜଣ ସାଂସଦଙ୍କୁ ମିଳିବାକୁ ଯାଉଛି ‘ସଂସଦ ରତ୍ନ’ ପୁରସ୍କାର, ଜାଣନ୍ତୁ ଓଡିଶାରୁ ରହିଛି କାହାର ନାମ

Advertisment
୧୧ ଜଣ ସାଂସଦଙ୍କୁ ମିଳିବାକୁ ଯାଉଛି ‘ସଂସଦ ରତ୍ନ’ ପୁରସ୍କାର, ଜାଣନ୍ତୁ ଓଡିଶାରୁ ରହିଛି କାହାର ନାମ

କନକ ବ୍ୟୁରୋ : ‘ପ୍ରାଇମ ପାଇଣ୍ଟ ଫାଉଣ୍ଡେସନ’ ତରଫରୁ ଦେଶର ୧୧ ଜଣ ସାଂସଦଙ୍କୁ ‘ସଂସଦ ରତ୍ନ’ ପୁରସ୍କାର ପାଇଁ ଚୟନ କରାଯାଇଛି । ସେମାନଙ୍କ ମଧ୍ୟରେ ଏନସିପି ସାଂସଦ ସୁପ୍ରିୟା ସୁଲେ, ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ନାମ ବି ସାମିଲ ଅଛି । ଏମାନଙ୍କ ବ୍ୟତୀତ ବିଜେପିର ତାମିଲନାଡୁ ସାଂସଦ ଏଚ.ଡି ହାଣ୍ଡେ, ବରିଷ୍ଠ କଂଗ୍ରେସ ନେତା ଏମ୍. ବିରପ୍ପା ମୋଇଲୀଙ୍କୁ ଲାଇଫ୍ ଟାଇମ ଆଚିଭମେଣ୍ଟ ପାଇଁ ଚୟନ କରାଯାଇଛି ।

‘ପ୍ରାଇମ ପାଇଣ୍ଟ ଫାଉଣ୍ଡେସନ’ ତରଫରୁ ମଙ୍ଗଳବାର ଦିନ କୁହାଯାଇଛି କି , ସଂସଦରେ ଅର୍ଥ, କୃଷି, ଶିକ୍ଷା ଓ ଶ୍ରମ ମନ୍ତ୍ରଣାଳୟର ୪ ଟି ସମିତିକୁ ବି ସମ୍ମାନୀତ କରାଯିବ । ସମ୍ମାନୀତ ହେବାକୁ ଥିବା ୧୧ ଜଣ ସାଂସଦଙ୍କ ମଧ୍ୟରୁ ୮ ଜଣ ଲୋକସଭାରୁ ଓ ୩ ଜଣ ରାଜ୍ୟସଭା ସାଂସଦ ରହିଛନ୍ତି ।

‘ସଂସଦ ରତ୍ନ’ପୁରସ୍କାରର ୧୨ତମ ସଂସ୍କରଣ ଚଳିତମାସ ୨୬ ତାରିଖ ଦିନ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି । ଫାଉଣ୍ଡେସନର ସୂଚନା ମୁତାବକ ପୁରସ୍କୃତ ହେବାକୁ ଥିବା ୧୧ ଜଣ ସାଂସଦଙ୍କ ମଧ୍ୟରେ ରହିଛନ୍ତି ଏନସିପି ସାଂସଦ ସୁପ୍ରିୟା ସୁଲେ, ଆରଏସପି ସାଂସଦ ଏନ.କେ ପ୍ରେମଚନ୍ଦନ, ଶିବସେନା ସାଂସଦ ଶ୍ରୀରଙ୍ଗ ଓପ୍ପା , ତୃଣମୂଳ କଂଗ୍ରେସ ସାଂସଦ ସୌଗତ ରାୟ,କଂଗ୍ରେସ ସାଂସଦ କୁଲଦୀପ ରାୟ ଶର୍ମା, ବିଜେପି ସାଂସଦ ବିଦ୍ୟୁତ୍ ବରଣ ମହତୋ, ବିଜେପି ସାଂସଦ ହିନା ବିଜୟ କୁମାର ଗାବିତ ଓ ସୁଧୀର ଗୁପ୍ତା ।
ସେହିଭଳି ରାଜ୍ୟସଭାରୁ ପୁରସ୍କୃତ ହେବାକୁ ଥିବା ୩ ଜଣ ସାଂସଦଙ୍କ ମଧ୍ୟରେ ରହିଛନ୍ତି ବିଜେଡି ସାଂସଦ ଅମର ପ୍ରସାଦ ଶତପଥୀ, ଏନସିିପି ସାଂସଦ ପୌଜିଆ ତହସୀନ ଅହମ୍ମଦ ଖାନ । ଏହାସହ କେରଳ କମ୍ୟୁନିଷ୍ଟ ପାର୍ଟି ସାଂସଦ କେ.କେ ରାଗେଶଙ୍କୁ ତାଙ୍କର ସର୍ବୋଚ୍ଚ ପ୍ରଦର୍ଶନ ପାଇଁ ମଧ୍ୟ ଫାଉଣ୍ଡେସନ ତରଫରୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରାଯାଇଛି ।

‘ପ୍ରାଇମ ପାଇଣ୍ଟ ଫାଉଣ୍ଡେସନ’ ର ସଂସ୍ଥାପକ ଶ୍ରୀନିବାସନ କହିଛନ୍ତି କି ପୁରସ୍କାର ପାଇବାକୁ ଥିବା ସାଂସଦଙ୍କ ଚୟନ ୧୭ ତମ ଲୋକସଭାର ଆରମ୍ଭରୁ ଶୀତକାଳୀନ ଅଧିବେଶନ ୨୦୨୧ ଶେଷ ପର୍ଯ୍ୟନ୍ତ ପିଆରଏସ ଇଣ୍ଡିଆ ଦ୍ୱାରା ଉପଲବ୍ଧ କରାଯାଇଥିବା ତଥ୍ୟ ଆଧାରରେ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe