image courtesy - www.hindustantimes.com
କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୈତିକ ସଂକଟର ଶୁଣାଣି ଆରମ୍ଭ ହୋଇଛି । ଏବେ ସରକାରଙ୍କ ତରଫରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ନିଜର ପକ୍ଷ ରଖୁଛନ୍ତି । ଏକ ତିନିଜଣିଆ ବେଞ୍ଚ ଆଗରେ ସେ ସରକାର ଗଠନ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ କରିଥିବା ଦାବି ସମ୍ବଳିତ ପତ୍ର ଦାଖଲ କରିଛନ୍ତି । ଏହା ସହିତ ରାଜ୍ୟପାଳ ଭଗତ ସିଂ ଖୋସ୍ୟାରିଙ୍କ ପତ୍ରକୁ ମଧ୍ୟ ବେଞ୍ଚଙ୍କ ଆଗରେ ଦାଖଲ କରାଯାଇଛି । ଏହି ପତ୍ରରେ ସେ ବିଜେପି ଓ ଅତିପାଓ୍ଵାରଙ୍କ ପକ୍ଷରୁ ଦିଆଯାଇଥିବା ୧୭୦ ବିଧାୟକଙ୍କ ସମର୍ଥନ ସଂପର୍କରେ ଦର୍ଶାଇଛନ୍ତି ।
ରାଜ୍ୟପାଳଙ୍କୁ ଅଜିତ ପାଓ୍ଵାର ଦର୍ଶାଇଥିଲେ ଯେ ସେ ଏନସିପି ବିଧାୟକ ଦଳର ସଦସ୍ୟ ଅଛନ୍ତି ଓ ତାଙ୍କ ପଛରେ ୫୪ ବିଧାୟକଙ୍କ ସମର୍ଥନ ରହିଛି । ରାଜ୍ୟପାଳଙ୍କୁ ଅଜିତ ପାଓ୍ଵାର ଦେଇଥିବା ପତ୍ରକୁ ମଧ୍ୟ ଆଜି ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି । ଏହା ପୂର୍ବରୁ ସୋଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ରାଜ୍ୟପାଳ ପ୍ରଥମେ ବିଜେପି, ଏନସିପି ଓ ଶିବସେନାକୁ ସରକାର ଗଠନ ପାଇଁ ଡାକିଥିଲେ । କିନ୍ତୁ କେହି ସରକାର ଗଠନ କରି ନପାରିବାରୁ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2018/06/television-journalists-supreme-delhi-outside-court-premises_f4eaa288-bcd1-11e7-8fe3-8a4365deb777.jpg)