ପ୍ରଥମଥର ପାଇଁ ସୁପ୍ରିମକୋର୍ଟର ୪ ବିଚାରପତିଙ୍କ ସାମ୍ବାଦିକ ସମ୍ମିଳନୀ । ପ୍ରଧାନ ବିଚାରପତିଙ୍କୁ କଲେ ଟାର୍ଗେଟ ।

38

କନକ ବ୍ୟୁରୋ : ସୁପ୍ରିମକୋର୍ଟର ମୁଖ୍ୟବିଚାରପତିଙ୍କ ଉପରେ ଦେଶ ନିଷ୍ପତ୍ତି ନେଉ । ଦୁର୍ନୀତି  ନେଇ ତାଙ୍କୁ ଅବଗତ କରାଯାଇଥିଲେ ବି ସେ କୌଣସି କଥା ଶୁଣିନଥିଲେ । ଆମ ପାଖରେ ଆଉ କୌଣସି ବିକଳ୍ପ ନଥିଲା ବୋଲି  ସାମ୍ବାଦିକ  ସମ୍ମିଳନୀରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ଚାରିଜଣ ବିଚାରପତି ।

ଜଷ୍ଟିସ ଚେଲେନେଶ୍ୱରମଙ୍କ ବାସଭବନରେ  ସାମ୍ବାଦିକ ସମ୍ମିଳନୀ ଡାକି ଆଜି ଅନେକ ଗୁରୁତ୍ୱପୂଣ୍ଣ ର୍ କଥା କହିଛନ୍ତି । ସୁପ୍ରିମକୋର୍ଟ ପ୍ରଶାସନ ଠିକ ଭାବେ କାମ କରୁନଥିବା ଅଭିଯୋଗ କରିଛନ୍ତି ଏହି ବରିଷ୍ଠ ବିଚାରପତିମାନେ । ଭବିଷ୍ୟତରେ ସେମାନଙ୍କ ଉପରେ କୌଣସି ଦୋଷ ଲଦାନଯାଉ  ବିଚାରପତିମାନେ  ଚେତାଇ ଦେଇଛନ୍ତି । ଆଜି ନ୍ୟାୟପାଳିକା ପାଇଁ  ଐତିହାସିକ ଦିନ ବୋଲି  ସେମାନେ କହିଥିଲେ । ଆଜି ନ୍ୟାୟପାଳିକା ଉପରେ ପ୍ରଶ୍ନ ଉଠିଛି । ସିଜେଆଇଙ୍କୁ ଚିଠି ଲେଖି ଦୁର୍ନୀତି ନେଇ ଅଭିଯୋଗ କରାଯାଇଥିଲେ ବି ସେମାନେ ଶୁଣିନଥିଲେ ବୋଲି କହି ଦୋଷ ଲଦିଛନ୍ତି ଚାରିଜଣ ବିଚାରପତି ।

କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ ବିଷୟ ଉପରେ ଆଲୋଚନା ହୋଇଥିଲା କିମ୍ବା ଲୋୟାଙ୍କର ରହସ୍ୟପୂର୍ଣ୍ଣମୃତ୍ୟୁ ନେଇ ବି କିଛି କହିନଥିଲେ । ସୁପ୍ରିମୋକୋର୍ଟରେ ଅନେକ ଅନିୟମିତତା ହେଉଥିଲେ ବି ତାକୁ ରୋକିବା ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବା ଚେଲେମେଶ୍ୱରମ କହିଥିଲେ । ଦେଶ ସାମ୍ନାରେ ଏହି ପ୍ରସଙ୍ଗ ନ ରଖିଲେ ଦେଶରୁ ଗଣତନ୍ତ୍ର ହଟିଯିବ ବୋଲି କହିଥିଲେ । ଚାରିମାସ ପୂର୍ବରୁ ସୁପ୍ରିମକୋର୍ଟରେ ଚାଲିଥିବା ଅନିୟମିତତା ନେଇ ଚାରି ଜଣ ବିଚାରପତି ଚିଠି ଲେଖିଥିଲେ । ଦେଶରେ ପ୍ରଥମମଥର ପାଇଁ ସୁପ୍ରିମକୋର୍ଟର ଚାରିଜଣ ବିଚାରପତି ଚାକିରିରେ ଥାଇ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଚାରପତି ଚେଲମେଶ୍ୱର, ଜଷ୍ଟିସ ରଂଜନ ଗୋଗେଇ,ଜଷ୍ଟିସ ମଦନ ଲୋକୁର ଓ ଜଷ୍ଟିସ କୁରେନ ଜୋଶେଫ ଉପସ୍ଥିତ ଥିଲେ ।ବିଚାରପତିଙ୍କ ପ୍ରେସମିଟ ପରେ ବୈଠକ ଡକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ପିପି ଚୌଧୂରୀଙ୍କୁ ମୋଦି ଡକାଇଛନ୍ତି । ତା ସହ ଜଜଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳଙ୍କ ସହ ବୈଠକ କରିଛନ୍ତି ପ୍ରଧାନ ବିଚାରପତି ଦୀପକ ମିଶ୍ର ।