ଗୁଗୁଲ, ଫେସବୁକ ଓ ହ୍ୱାଟ୍ସଆପ ଭଳି ୫ଟି କମ୍ପାନୀଙ୍କୁ ଝଟକା ! ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଲଗାଇଲେ ସୁପ୍ରିମକୋର୍ଟ ।

42

ସୋସିଆଲ ମିଡିଆରେ ଯୌନ ଉତ୍ପୀଡନ ସମ୍ବନ୍ଧିତ ଘଟଣାବଳୀ କିମ୍ବା ଭିଡିଓ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ଅନେକ ସମୟରେ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ନେଇଛନ୍ତି । ତେଣୁ ଏନେଇ ବିଭିନ୍ନ ସୋସିଆଲ କମ୍ପାନୀ କେଉଁ ପଦକ୍ଷେପ ନେଇଛନ୍ତି ସେନେଇ ପ୍ରଶ୍ନ କରିବାରୁ କୌଣସି କମ୍ପାନୀମାନେ ଉତ୍ତର ରଖି ନାହାଁନ୍ତି । ତେଣୁ ସୁପ୍ରିମକୋର୍ଟ ବିଶ୍ୱରେ ପ୍ରତିଷ୍ଠିତ କମ୍ପାନୀ ଗୁଗୁଲ, ଫେସବୁକ, ହ୍ୱାଟ୍ସଆପ ଭଳି ୫ଟି କମ୍ପାନୀ ମାନଙ୍କ ଉପରେ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହିତ ସର୍ବୋଚ୍ଚ ନ୍ୟାୟାଳୟ ଏହି ପାଞ୍ଚଟି କମ୍ପାନୀଙ୍କୁ ୧୫ ଦିନ ଭିତରେ ଏହାର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ମଦନ ବୀ ଲୋକୁର ଏବଂ ଜଷ୍ଟିସ୍ ୟୁ.ୟୁ ଲାଲିତଙ୍କ ମିଳିତ ପୀଠ ଶୁଣାଣିରେ କହିଛନ୍ତି ଯେ ସୋସିଆଲ ସାଇଟରେ ଯୌନ ଉତ୍ପୀଡନ ଭିଡିଓ ଗୁଡିକ ହଟାଇବା ନିର୍ଦ୍ଦେଶ ପରେ ମଧ୍ୟ କମ୍ପାନୀ ଗୁଡିକ ଏହାର ଅବମାନନା କରିଛନ୍ତି । ତେଣୁ ଏହି ସବୁ କମ୍ପାନୀ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଲଗାଯାଇଛି । ଗତମାସ ୧୬ ତାରିଖରୁ ସୁପ୍ରିମକୋର୍ଟ ଏନେଇ ୫ଟି କମ୍ପାନୀ ଗୁଡିକୁ ଜବାବ ମାଗିଥିଲେ ।

ଏଭଳି ଆପତ୍ତିଜନକ ଭିଡିଓକୁ ରୋକିବା ପାଇଁ କେନ୍ଦ୍ର ସରକାର ଅନଲାଇନ ସାଇବର କ୍ରାଇମ ରିପୋର୍ଟିଙ୍ଗ ପୋର୍ଟାଲକୁ ଉନ୍ମୋଚନ ବିଳମ୍ବ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ସହ ୩୦ ଜୁନ ସୁଦ୍ଧା ଏହି ପୋର୍ଟାଲକୁ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।