କୃଷି ଆଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର: କହିଲେ ବିରୋଧ ପ୍ରଦର୍ଶନକାରୀଙ୍କ ମନରୁ ଦ୍ୱନ୍ଦ୍ୱ ଦୂର ହେବା ଦରକାର

ଆଇନର ବୈଧତା ନେଇ ଆଜି ଆସିପାରେ ସୁପ୍ରିମଙ୍କ ଫଇସଲା

113

କନକ ବ୍ୟୁରୋ : କୃଷି ଆଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଏଥିରେ ଆନ୍ଦୋଳନରତ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କରିବା ଆବଶ୍ୟକ ବୋଲି କୁହାଯାଇଛି । ସରକାର ସର୍ବୋଚ୍ଚ ଅଦାଲତଙ୍କୁ କହିଛନ୍ତି, ଚାଷୀମାନଙ୍କ ଭିତରେ ଧରଣା ରହିଛି ଯେ, କୌଣସି କମିଟି ସହିତ ଚର୍ଚ୍ଚା ଆଲୋଚନା ନକରି ଏହି କୃଷି ଆଇନ ଅଣାଯାଇଛି ।

ସେହିପରି ତରବରିଆ ଭାବେ ଏହି ଆଇନ ଅଣାଯାଇ ନାହିଁ । ବରଂ ଏହା ଦଶନ୍ଧି ଦଶନ୍ଧି ଧରି ଦାବି ହୋଇ ଆସୁଥିଲା ବୋଲି ସରକାର କୋର୍ଟଙ୍କୁ କହିଛନ୍ତି । ହେଲେ ସୋମବାର ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଯେଭଳି ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ, ସେଥିରୁ ଲାଗୁଛି ଆଜି ଫଇସଲା ଶୁଣାଇ ପାରନ୍ତି ।

– ସତ୍ୟପାଠରେ କହିଲେ ସରକାର, ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କରିବାକୁ ଚାଲିଛି ଚେଷ୍ଟା

– ୨୬ ଜାନୁଆରୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ଉପରେ ରୋକ ଲଗାଇବାକୁ ସରକାରଙ୍କ ଆବେଦନ

– ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ କମିଟି ଗଠନ ପ୍ରସ୍ତାବକୁ ଚାଷୀଙ୍କ ଅଗ୍ରାହ୍ୟ

– କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ଦେଖି ଆନ୍ଦୋଳନରତ ଚାଷୀଙ୍କ କଠୋର ନିଷ୍ପତ୍ତି

– ଆଜି ଫଇସଲା ଆସିବା ନେଇ ସୁପ୍ରିମକୋର୍ଟଙ୍କ ୱେବସାଇଟରେ ଦିଆଯାଇଥିବା ତଥ୍ୟରୁ ଅନୁମାନ

– ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଅଲଗା ଅଲଗା ଫଇସଲା ଶୁଣାଇ ପାରନ୍ତି ବୋଲି ଅନୁମାନ

– ସୋମବାର ଶୁଣାଣିବେଳେ କେନ୍ଦ୍ର ଉପରେ ବିରକ୍ତି ପ୍ରକାଶ କରିଥିଲେ ଦେଶ