ଏବେ ବୁଢା ବାପାମା’ଙ୍କୁ ଘରୁ ତଡୁଥିବା ପିଲାମାନଙ୍କ ଉପରେ କେନ୍ଦ୍ର ସରକାର କଠୋର ଆଇନ୍ କାନୁନ୍ ଲାଗୁ କରିବାକୁ ଯାଉଛନ୍ତି । ଯଦି କେହି ବାପାମା’ଙ୍କୁ ଏଳୁଟିଆ ଛାଡି ଚାଲିଯାଉଛନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡିବ । ପୂର୍ବରୁ କେବଳ ତିନିମାସ ପର୍ଯ୍ୟନ୍ତ ସୀମିତ ଥିବା ଏହି ସଜା ଏବେ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି କେବଳ ଏତିକି ନୁହେଁ ଏହାସହ ଜରିମାନା ଲାଗିବା ଭଳି କଥା ମଧ୍ୟ ସାମ୍ନାକୁ ଆସୁଛି । ମାତାପିତା ତଥା ବରିଷ୍ଠ ନାଗରିକ କଲ୍ୟାଣ ଆଇନ୍ ,୨୦୦୭ ର ସମୀକ୍ଷା କରୁଥିବା ସାମାଜିକ ନ୍ୟାୟ ସଶକ୍ତିକରଣ ମନ୍ତ୍ରାଳୟ ତରଫରୁ ପିଲାମାନଙ୍କ ପରିଭାଷାକୁ ବିସ୍ତାର ପାଇଁ ସୁପାରିସ୍ କରାଯାଇଛି । ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ ପିଲାଙ୍କ ପରିଭାଷାରେ ସାବତ ପୁଅ , ଝିଅ , ବୋହୁ , ଜ୍ୟୋଇଁ , ନାତିନାତୁଣୀ ଏବଂ ନାବାଳକଙ୍କୁ ବି ଏହି ପରିଧିରେ ସାମିଲ କରାଯିବାକୁ ସୁପାରିସ୍ କରାଯାଇଛି ଯାହାର ପ୍ରତିନିଧିତ୍ୱ ଆଇନ୍ ଅନୁଯାୟୀ ଅଭିଭାବକ କରିଥାନ୍ତି । କିନ୍ତୁ ଏହି କାନୁନ୍ ରେ କେବଳ ଜନ୍ମସଂପର୍କିୟ ସନ୍ତାନ ହିଁ ସାମିଲ ରହିଛନ୍ତି । ଏହି ଆଇନ୍ ଅନୁସାରେ ମାସିକ ଭତ୍ତା ସାଙ୍ଗକୁ ୧୦,୦୦୦ ଟଙ୍କା ଅଧିକ ସୀମାକୁ ବି ସମାପ୍ତ କରି ଦିଆଯାଇଛି । ଯଦି ପିଲା ବାପାମା’ଙ୍କ ଯତ୍ନ ନେବାକୁ ମନା କରିଦିଅନ୍ତି ତେବେ ଅଭିଭାବକ ଆଇନର ସାହାର୍ଯ୍ୟ ନେଇପାରିବେ ।
ଅନ୍ୟପକ୍ଷରେ କୋର୍ଟ ନିଜ ନୂଆ ଆଦେଶରେ କହିଛନ୍ତି ଯେ ଯଦି ପୁଅ ବାପାମା’ଙ୍କ ସେବା କରୁନାହିଁ ଏବଂ ତାଙ୍କୁ ଘରୁ ତଡୁଛି ତେବେ ପିତାଙ୍କ ସମ୍ପତ୍ତି ଉପରେ ପୁଅର କୌଣସି ଅଧିକାର ରହିବ ନାହିଁ । କୋର୍ଟର ଅର୍ଡର ପରେ ପିଲାମାନେ ବାପାମା’ଙ୍କୁ ଠିକ୍ ସମୟରେ ମେଣ୍ଟେନାନ୍ସ ଦେବାକୁ ବାଧ୍ୟ ହେବେ । ଧାରା ୧୨୫ ଅନୁସାରେ ସିଆରପିସି,ଗୁଜୁରାଣ ଭତ୍ତା ଦେବା ପାଇଁ ଏକ କାନୁନ୍ ମଧ୍ୟ ହୋଇଛି । ଏହି ଆଇନରେ ଯେଉଁ ବ୍ୟକ୍ତି ନିଜର ଗୁଜୁରାଣ ମେଣ୍ଟାଇବାକୁ ଅସମର୍ଥର୍ ସେମାନେ ଭତ୍ତା ପାଇଁ ଆବେଦନ କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/JAIL.jpg)
/kanak/media/post_attachments/wp-content/uploads/2019/02/old_people_final_2365384g-300x225.jpg)