କୋଟା ପାଇଁ ଆବଶ୍ୟକ ଉପଯୁକ୍ତ ଡାଟା । ଚାକିରିରେ ସଂରକ୍ଷଣ, ପଦୋନ୍ନତିରେ କୋଟା ନୁହେଁ ମୌଳିକ ଅଧିକାର । ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ସଂସଦରେ ବିତର୍କ ।

722

କନକ ବ୍ୟୁରୋ : ଚାକିରୀ ଓ ପଦୋନ୍ନତିରେ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ପରେ ଆଜି ସଂସଦରେ ହୋହାଲ୍ଲା କରିଛନ୍ତି ବିରୋଧୀ । ଅଭିଯୋଗ କରିଛନ୍ତି, ବିଜେପି ଓ ଆରଏସଏସ ସଂରକ୍ଷଣ ହଟାଇବାକୁ ଉଦ୍ୟମ କରୁଛନ୍ତି । ଚାକିରୀ ଓ ପଦୋନ୍ନତି କ୍ଷେତ୍ରରେ ରାଜ୍ୟ ସରକାର ଚାହିଁଲେ ସଂରକ୍ଷଣ ଦିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ମୌଳିକ ଅଧିକାର ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଚାକିରିରେ କୋଟା ଓ ପଦୋନ୍ନତି ମୌଳିକ ଅଧିକାର ନୁହେଁ । ସୁପ୍ରିମକୋର୍ଟଙ୍କ ରାୟ ପରେ ବିତର୍କ । ଏହି ପ୍ରସଙ୍ଗକୁ ନେଇ ଆଜି ଉଠିିଛି ପଡ଼ିଛି ଲୋକସଭା । ବିଜେପି ଓ ଆରଏସଏସର କୋଟା ବିରୋଧୀ ଆଭିମୁଖ୍ୟ ରହିଛି ବୋଲି ଲୋକସଭାରେ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତେବେ ଏଥିରେ ସରକାରଙ୍କର କୌଣସି ଭୂମିକା ନାହିଁ, ସୁପ୍ରିମକୋର୍ଟଙ୍କ ରାୟର ତର୍ଜମା କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ସରକାର ।

୨୦୧୨ ମସିହାରେ ଉତ୍ତରାଖଣ୍ଡର କଂଗ୍ରେସ ସରକାର ପୂର୍ତ ବିଭାଗର ସହକାରୀ ଯନ୍ତ୍ରୀ ପାଇଁ ଚାକିରିରେ ଅନୁସୂଚିତ ଜାତି/ଜନଜାତିଙ୍କ ପାଇଁ କୌଣସି ସଂରକ୍ଷଣ ରଖିନଥିବାରୁ ଏହାକୁ ଉତରାଖଣ୍ଡ ହାଇକୋର୍ଟରେ ଚ୍ୟାଲେଂଜ କରାଯାଇଥିଲା । ଉତ୍ତରାଖଣ୍ଡ ହାଇକୋର୍ଟ କୋଟା ସପକ୍ଷରେ ରାୟ ଦେଇଥିବା ବେଳେ ସୁପ୍ରିମକୋର୍ଟର ଦୁଇ ଜଣ ଖଣ୍ଡପୀଠ ଏହି ରାୟକୁ ଖାରଜ କରିଦେଇଛନ୍ତି ।

ଚାକିରିରେ କୋଟା ଓ ପଦୋନ୍ନତି ମୌଳିକ ଅଧିକାର ନୁହେଁ ଓ ଉପଯୁକ୍ତ ଡାଟା ବିନା ରାଜ୍ୟ ସରକାରଙ୍କୁ କୋଟା ଲାଗୁ କରିବା ପାଇଁ ବାଧ୍ୟ କରି ପାରିବେନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।