ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ୧୧ ଅଭିଯୁକ୍ତଙ୍କୁ ପୁଣି ମିଳିବ ଜେଲ ଦଣ୍ଡ, ମିଳିବନି ମୁକ୍ତି ।

538

କନକ ବ୍ୟୁରୋ: ବିଲକିସ ବାନୋ ମାମଲାରେ ଦୋଷୀମାନଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ଏବେ ଦୋଷୀମାନଙ୍କୁ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ହେବ । ସମସ୍ତ ଦୋଷୀଙ୍କୁ ପୁଣି ଜେଲରେ ରହିବାକୁ ପଡିବ । ବିଲକିସ୍ ବାନୋ ଗଣ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଅପରାଧୀଙ୍କୁ ଅକାଳରେ ମୁକ୍ତ କରିବାକୁ ଗୁଜୁରାଟ ସରକାର ଦେଇଥିବା ଆଦେଶକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ନାୟାଳୟ ।

ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଯେ, ଯେଉଁ ରାଜ୍ୟରେ ଜଣେ ଅପରାଧୀଙ୍କ ବିରୋଧରେ ବିଚାର କରାଯାଇ ଦଣ୍ଡାଦେଶ ଦିଆଯାଏ, ସେହି ରାଜ୍ୟ ଦୋଷୀମାନଙ୍କୁ ଛାଡ଼ ପାଇଁ ହୋଇଥିବା ଆବେଦନ ଉପରେ ନିଷ୍ପତ୍ତି ନେବାକୁ ସକ୍ଷମ । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଗୁଜରାଟ ଏହି ମାମଲାରେ ଦୋଷୀମାନଙ୍କୁ ଦିଆଯାଇଥିବା ଦଣ୍ଡ ଛାଡ଼ ପାଇଁ ଆଦେଶ ଦେଇପାରିବ ନାହିଁ । ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇପାରନ୍ତି । ବିଲକିସ୍ ବାନୋ ଦୁଷ୍କର୍ମ ମାମଲାରେ ଗୁଜରାଟ ସରକାର ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ବିଲକିସ୍ ବାନୋ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ । ପ୍ରଥମ ପିଟିସନରେ ଦୋଷୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା । ଏବଂ ଦ୍ୱିତୀୟ ପିଟିସନରେ ମୁକ୍ତ କରିବାକୁ ନିର୍ଦ୍ଦେଶକୁ ପୁନର୍ବିଚାର କରିବାକୁ ଅନୁରୋଧ କରାଯାଇଥିଲା ।

୨୦୦୨ ଗୋଧ୍ରା ଦଙ୍ଗା ସମୟରେ ବାନୋଙ୍କୁ ୧୧ ଜଣ ଦୋଷୀ ଗଣଦୁଷ୍କର୍ମ ପରେ ହତ୍ୟା କରିଥିଲେ । ତେବେ ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତିକୁ କ୍ଷମତାର ଅପବ୍ୟବହାରର ଉଦାହରଣ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।