କନକ ବ୍ୟୁରୋ: ମୃତ୍ୟୁକାଳୀନ ଜମାନବନ୍ଦୀଙ୍କୁ ଆଧାର କରି ଅନେକ ସମୟରେ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥାନ୍ତି । ଦଣ୍ଡବିଧାନ କରିଥାନ୍ତି । ହେଲେ, ଏବେ ମୃତ୍ୟୁକାଳୀନ ଜମାନବନ୍ଦୀକୁ ନେଇ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ବଡ ରାୟ ଦେଇଛନ୍ତି । ବିଚାରପତି ବିଆର ଗୱାଇ, ଜେବି ପାର୍ଦିୱାଲ , ବିଚାରପତି ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି,
- ଦଣ୍ଡିତ କରିବା ପାଇଁ କେବଳ ପୀଡିତଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ମୁଖ୍ୟ ଆଧାର କରାଯାଇ ପାରିବ ନାହିଁ
- ବୟାନର ସତ୍ୟତାକୁ ନେଇ କୌଣସି ସନ୍ଦେହ ହେଲେ, ତାହାକୁ କେବଳ ଏକ ପ୍ରମାଣ ଭାବେ ଗ୍ରହଣ କରାଯିବ
- ମୃତ୍ୟୁ ଶଯ୍ୟାରେ ଥିବା ଜଣେ ବ୍ୟକ୍ତି ମିଛ କହିବ ନାହିଁ ବୋଲି ଧରିନେବା ଉଚିତ୍ ନୁହେଁ
- ମୃତ୍ୟୁକାଳୀନ ଜମାନବନ୍ଦୀକୁ ସତ ବୋଲି ଧରିନେବା ସମୟରେ ତାହା ସମ୍ପୂର୍ଣ୍ଣ ଭାବେ ବିଶ୍ୱାସଯୋଗ୍ୟ ହେବା ଉଚିତ୍
- କିନ୍ତୁ ଦୋଷୀ ସାବ୍ୟସ୍ତ ପାଇଁ, ଅଭିଯୁକ୍ତକୁ ଦଣ୍ଡିତ କରିବା ପାଇଁ ଏକମାତ୍ର ଭିିତି ହୋଇପାରିବ ନାହିଁ ।
- ସେତିକି ବେଳେ ଗ୍ରହଣ କରାଯାଇପାରିବ ଯେତେବେଳେ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ମାନସିକ, ସ୍ତରରେ ଠିକ୍ ଥିବେ
ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଆଇନଜୀବୀ ଓ ପୂର୍ବତନ ପୋଲିସ ଅଧିକାରୀ ।
୨୦୧୪ ମସିହାରେ ତିନି ଜଣଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏବଂ ଆଜୀବନ ଜେଲ ଦଣ୍ଡ ପାଇଥିବା ଜଣେ ବ୍ୟକ୍ତିଙ୍କ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି କୋର୍ଟ । ସୁପ୍ରି୍ରମକୋର୍ଟ ତଳ କୋର୍ଟର ରାୟକୁ ଖାରଜ କରିବା ସହ ଅଭିଯୁକ୍ତକୁ ତୁରନ୍ତ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୮୦ ପ୍ରତିଶତ ପୋଡିଯାଇଥିବାରୁ ପୀଡିତଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଦର୍ଶାଇଥିଲେ ଇରଫାନଙ୍କ ଓକିଲ ।