ଧର୍ମାନ୍ତୀକରଣକୁ ନେଇ ସୁପ୍ରିମକୋର୍ଟ ବଡ ଟିପ୍ପଣୀ। କୋର୍ଟ କହିଲେ, ଗମ୍ଭୀର ପ୍ରସଙ୍ଗକୁ ନେଇ ନକରାଯାଉ ରାଜନୀତି।

ଧର୍ମାନ୍ତୀକରଣକୁ ନେଇ ସୁପ୍ରିମକୋର୍ଟ ବଡ ଟିପ୍ପଣୀ। କୋର୍ଟ କହିଲେ, ଗମ୍ଭୀର ପ୍ରସଙ୍ଗକୁ ନେଇ ନକରାଯାଉ ରାଜନୀତି।

କନକ ବ୍ୟୁରୋ: ଧର୍ମ ପରିବର୍ତନ ଏକ ଗୁରୁତ୍ୱପୂର୍ଣ୍ଣ ଜଟିଳ ବିଷୟ ଏହାକୁ ରାଜନୈତିକ ରଙ୍ଗ ଦେବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ବୟାନ ଦେଇଛନ୍ତି । ଧର୍ମ ପରିବର୍ତନକୁ ରାଜନୀତିରେ ସମ୍ପୃକ୍ତ କରିବା ଠିକ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସୂଚନା ଅନୁସାରେ ସୁପ୍ରିମକୋର୍ଟରେ ଏକ ମାମଲା ଦାଖଲ କରାଯାଇଛି । ଯେଉଁଥିରେ ଲୋଭ ଦେଖାଇ କିମ୍ବା ବାଧ୍ୟତାମୂଳକ ଧର୍ମ ପରିବର୍ତନ କରିବା ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି । ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ମାମଲାକୁ ଆର୍ଟନି ଜେନେରାଲ ଆର.ଭେଙ୍କେଟରମଣଙ୍କ ଠାରୁ ଜବାବ ମାଗିଛନ୍ତି । ତେବେ ରୁଜୁ ହୋଇଥିବା ମାମଲାରେ ଦାବି ହୋଇଛି ଯେ, ଡ଼ରାଇ ଧମକାଇ , ଲୋଭ ଦେଖାଇ କିମ୍ବା କୈାଣସି ପ୍ରକାର ଫାଇଦା ଦେଖାଇ ଧର୍ମ ପରିବର୍ତନ କରାଇବା ଉପରେ ରୋକ ଲାଗିବା ଦରକାର ।

ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ସିଟି ରବିଶ କୁମାର ବେଞ୍ଚ ଆର୍ଟନି ଜେନେରାଲ ଆର.ଭେଙ୍କେଟରମଣଙ୍କୁ କହିଛନ୍ତି ଯେ, ସେମାନେ ଚାହାନ୍ତି କି ଯଦି ବଳପୂର୍ବକ କିମ୍ବା ଲୋଭ ଦେଖାଇ ଧର୍ମ ପରିବର୍ତନ କରାଯାଏ ତେବେ ଏହାର ତଦନ୍ତ କରାଯାଉ ଏବଂ ଯଦି ଏପରି ହେଉଛି ତେବେ ଆମେ କ’ଣ କରିବା ଆବଶ୍ୟକ? ଏବଂ ଏଥିରେ ସୁଧାର ଆଣିବାକୁ କ’ଣ କରିବା ଦରକାର ଏହି ମାମଲାରେ କେନ୍ଦ୍ର ସହଯୋଗ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe