ହ୍ୟାକର୍ସଙ୍କ ଜାଲରେ ସୁପ୍ରିମକୋର୍ଟ ୱେବସାଇଟ ! ସନ୍ଦେହ ଘେରରେ ବ୍ରାଜିଲ ହ୍ୟାକର ଗ୍ରୁପ ।

46

ସର୍ବୋଚ୍ଚ ନ୍ୟାୟାଳୟରେ ଆଜି ଦେଖାଦେଇଛି ଏକ ଅଭାବନୀୟ ଘଟଣା । ସୁପ୍ରିମକୋର୍ଟର ୱେବସାଇଟ ହ୍ୟାକ ହୋଇଥିବା ଜଣା ପଡିଛି । ତେବେ ଏହି ଘଟଣା ପଛରେ ବ୍ରାଜିଲର ହ୍ୟାକିଂ ଗ୍ରୁପ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ହ୍ୟାକ ହେବାର କିଛି ସମୟ ପରେ ୱେବସାଇଟ ଡାଉନ ହୋଇଯାଇଥିଲା ।

ସୂଚନା ଅନୁଯାୟୀ , ଡାଟା ହ୍ୟାକ ହୋଇଥିବା ସମୟରେ ୱେବସାଇଟ ପେଜରେ ହାଇଟେକ ବ୍ରାଜିଲ ହ୍ୟାକ ଟିମ୍ ଲେଖାହୋଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା । ଠିକ ସେହିଭଳି  ଏପ୍ରିଲ ୬ ତାରିଖରେ ସୁରକ୍ଷା ମନ୍ତ୍ରାଳୟର ୱେବସାଇଟ ହ୍ୟାକ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । କିନ୍ତୁ ପରେ ଜଣାପଡିଥିଲା ଯେ, କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ୱେବସାଇଟ ସର୍ଭର ଡାଉନ ହୋଇଯାଇଥିଲା ।

supreme-court-website-hacked

କେବଳ ସେତିକି ନୁହେଁ  ମାର୍ଚ୍ଚ ୧୫ ତାରିଖରେ ମଧ୍ୟ ଏୟାର ଇଣ୍ଡିଆର ଟ୍ୱିଟର ହ୍ୟାକ ହେବା ମାମଲା ସାମ୍ନାକୁ ଆସିଥିଲା । ତୁର୍କୀର ଏକ ହ୍ୟାକର୍ସ, ଇଣ୍ଡିଆର ଟ୍ୱିଟର ହ୍ୟାକ କରିଥିଲା । ହ୍ୟାକ ହେବା ପରେ ଆକାଉଣ୍ଟରେ ଫଟୋ ଏବଂ ଖରାପ ଟ୍ୱିଟ ପୋଷ୍ଟ କରାଯାଇଥିଲା । ଏବଂ ଅନ୍ୟ ଏକ ଟ୍ୱିଟରେ ଲେଖାଯାଇଥିଲା ଯେ, ଆପଣଙ୍କ ଆକାଉଣ୍ଟକୁ ତୁର୍କୀର ସାଇବର ଟିମ ଦ୍ୱାରା ହ୍ୟାକ କରାଯାଇଛି , ଏୟାର ଇଣ୍ଡିଆର ସମସ୍ତ ଜରୁରୀ ତଥ୍ୟ ଏବେ ଆମ ହାତରେ ରହିଛି । ଏଭଳି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା ।