ସମଲିଙ୍ଗୀ ସମ୍ପର୍କ ନେଇ ଆଜି ଆସିବ ବଡ ରାୟ । ଧାରା ୩୭୭ର ବୈଧ୍ୟତା ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି

45

କନକ ବ୍ୟୁରୋ : ଦେଶରେ ସମଲିଙ୍ଗୀ ସମ୍ପର୍କ ଅପରାଧ ତାଲିକାଭୁକ୍ତ କରୁଥିବା ଧାରା ୩୭୭ର ବୈଧତା ସମ୍ପର୍କିତ ମାମଲାର ଆଜି ପ୍ରକାଶ ପାଇବ ରାୟ । ଦିନ ପ୍ରାୟ ୧୦ଟା୩୦ମିନିଟ ସମୟରେ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏ ସମ୍ବନ୍ଧୀୟ ଚୂଡାନ୍ତ ରାୟ ଶୁଣାଇବେ । ସମଲିଙ୍ଗୀ ସମ୍ପର୍କକୁ ଆଇନଗତ ମାନ୍ୟତା ଦେବାକୁ ଆଗତ ହୋଇଥିବା ଏକାଧିକ ଆବେଦନର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠରେ ହୋଇଥିଲା । ଏହି ଶୁଣାଣି ସମୟରେ ମଧ୍ୟ ନିଜ ମତ ରଖିଥିଲେ କେନ୍ଦ୍ର ସରକାର । ଜୁଲାଇ ୧୧ରେ କେନ୍ଦ୍ର ସରକାର ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହୁଥିବା ଧାରା ୩୭୭କୁ ଉଚ୍ଛେଦ କରାଯିବ କି ନାହିଁ ତାର ନିଷ୍ପତି ସୁପ୍ରିମକୋର୍ଟଙ୍କ ଉପରେ ଛାଡିଥିଲେ । ସମଲିଙ୍ଗୀ ସମ୍ପର୍କ ରଖୁଥିବା ବ୍ୟକ୍ତିମାନଙ୍କୁ ଧାରା ୩୭୭ ଅନୁସାରେ ୧୦ବର୍ଷ ଜେଲ କିମ୍ବା ଫାଇନ ଦେବାର ବ୍ୟବସ୍ଥା ରହିଛି । ତେବେ ଗତ କିଛିଦିନ ହେବ ସାରା ଭାରତରେ ଏପରି ସମ୍ପର୍କକୁ ନେଇ ଅନେକ ବିବାଦ ଦେଖାଦେଇଛି ।