ସମଲିଙ୍ଗୀ ବିବାହକୁ ନା : ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ; ସିଜେଆଇ କହିଲେ, ଆଇନ ତିଆରି କରିପାରିବ ନାହିଁ କୋର୍ଟ

299

କନକ ବ୍ୟୁରୋ : ମିଳିଲାନି ସମଲିଙ୍ଗୀ ବିବାହକୁ ଅନୁମତି । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଶୁଣାଣି କରି ଏହି ରାୟ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ସ୍ୱତନ୍ତ୍ର ବିବାହ ଆଇନ ଆଣିବା ଅଧିକାର କୋର୍ଟଙ୍କ ପାଖରେ ନାହିଁ । ସଂସଦ ଦ୍ୱାରା ଆଇନ୍ ଆସିଲେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ମିଳିପାରିବ । ସମଲିଙ୍ଗୀ ବିବାହ ମାମଲାରେ ସିଜେଆଇଙ୍କ ସମେତ ଜଷ୍ଟିସ୍ କୌଲ୍, ଜଷ୍ଟିସ୍ ଏସ ରବିନ୍ଦ୍ର ଭଟ୍ଟ, ଜଷ୍ଟିସ୍ ପିଏମ୍ ନରସିଂହ ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ ଶୁଣାଣି କରୁଥିଲେ ।

ମାମଲାର ରାୟ ୩-୨ରେ ଭାଗ ଭାଗ ହୋଇ ରହିଥିଲା । ହେଲେ ସ୍ୱତନ୍ତ୍ର ବିବାହ ଆଇନ୍ ଆଣିବା କୋର୍ଟଙ୍କ ଅଧିନରେ ନାହିଁ । ସମଲିଙ୍ଗୀ ବିବାହକୁ ଆଇନ ସ୍ୱୀକୃତି ମିଳୁ ବୋଲି ଦେଶର ବିଭିନ୍ନ ହାଇକୋର୍ଟରେ ଆବେଦନ ହୋଇଥିଲା । ଗତ ବର୍ଷ ଡିସେମ୍ବର ମାସରେ ସବୁ ମାମଲା ସୁପ୍ରିମକୋର୍ଟକୁ ଫରୱାର୍ଡ କରାଯାଇଥିଲା । ପରେ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ମାଗିଥିଲେ ସର୍ବୋଚ୍ଚ ନାୟାଳୟ । ଗତ ମେ ୧୧ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ ।

ସମଲିଙ୍ଗୀଙ୍କ ଦାବି କ’ଣ ?

– ୧୮ଟି ସମଲିଙ୍ଗୀ ଯୁଗଳ ସୁପ୍ରିମକୋର୍ଟରେ କରିଥିଲେ ଆବେଦନ
– ସମଲିଙ୍ଗୀ ବିବାହକୁ ଆଇନ ସ୍ୱୀକୃତ କରିବାକୁ ଆବେଦନ
– ସାଧାରଣ ଦମ୍ପତିଙ୍କ ଭଳି ଜୀବନ ବିତାଇବାକୁ ମିଳୁ ଅନୁମତି
– ପୋଷ୍ୟ ସନ୍ତାନ ଗ୍ରହଣ ବେଳେ ସମସ୍ୟା ନହେଉ
– ସମ୍ପତି କିଣିବାବେଳେ ଆଇନ ଗତ ସମସ୍ୟା ନରହୁ
– ସମାଜରେ ମୁଣ୍ଡ ଟେକି ବଞ୍ଚାବାର ଅଧିକାର ମିଳୁ