କନକ ବ୍ୟୁରୋ : ଆଜି ଆସିବ ସମଲିଙ୍ଗୀ ବିବାହ ରାୟ । ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ଦେବା ପାଇଁ ହୋଇଥିବା ଆବେଦନର ରାୟ ଆଜି ଶୁଣାଇବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ବେଞ୍ଚ ଗତ ଏପ୍ରିଲ ୧୧ ତାରିଖରେ ଶୁଣାଣି ଆରମ୍ଭ କରିଥିଲେ । ଲଗାତାର ଭାବେ ୧୦ ଦିନ ଧରି ମାମଲାର ଶୁଣାଣି କରିବା ପରେ ଗତ ମେ’ ୧୧ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ସୁପ୍ରିମକୋର୍ଟ ଏ ସମ୍ପର୍କରେ ଆଗତ ପ୍ରାୟ ୧୨୧ଟି ପିଟିସନର ଏକାଠି ଶୁଣାଣି କରିଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us