କରୋନା କାଳରେ ସୁପ୍ରିମକୋର୍ଟଙ୍କ ‘ସୁପ୍ରିମ’ ରାୟ: କର୍ମଚାରୀଙ୍କୁ ଦରମା ଦେବାକୁ ବାଧ୍ୟ ନୁହଁନ୍ତି ମାଲିକ…ଟଙ୍କା ଦେବାକୁ ସକ୍ଷମ ନଥିବା କଂପାନୀଙ୍କୁ ଦରମା ଦେବା ପାଇଁ ପକାଇପାରିବେନି ଚାପ…ସାଲାରୀ କାଟ୍ ପାଇଁ ସରକାର ନେଇପାରିବେନି କୌଣସି ବି କାର୍ଯ୍ୟାନୁଷ୍ଠାନ

1,392

କନକ ବ୍ୟୁରୋ: କର୍ମଚାରୀଙ୍କୁ ଦରମା ଦେବାକୁ ବାଧ୍ୟ ନୁହଁନ୍ତି କଂପାନୀ । କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଜାରି ହୋଇଥିବା ତାଲାବନ୍ଦ କଟକଣା ସମୟରେ ନିଜ କର୍ମଚାରୀଙ୍କୁ ପୂରା ଦରମା ଦେବାକୁ ବାଧ୍ୟ ନୁହଁନ୍ତି କୌଣସି ବି କଂପାନୀ । ଏନେଇ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ଏପରିକି ଏଭଳି ଘରୋଇ କଂପାନୀ, କାରଖାନା ଏବଂ ବ୍ୟବସାୟୀଙ୍କ ବିରୁଦ୍ଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରିପାରିବେ ନାହିଁ ବୋଲି ସୁପ୍ରିମ ରାୟ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ ।

ଦେଶବ୍ୟାପୀ ତାଲାବନ୍ଦ କଟକଣା ସମୟରେ କର୍ମଚାରୀଙ୍କୁ ଦରମା ଦେବାକୁ କଂପାନୀମାନେ ସକ୍ଷମ ନୁହଁନ୍ତି । ତେଣୁ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ତାଲାବନ୍ଦ ସମୟରେ କୌଣସି ବି କଂପାନୀ ନିଜ କର୍ମଚାରୀଙ୍କୁ ପୂରା ଦରମା ଦେବାକୁ ବାଧ୍ୟ ନୁହଁନ୍ତି । ତେବେ ପୂର୍ବରୁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶାନାମାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ନିର୍ଦ୍ଦେଶ ଥିଲା ଯେ, ବ୍ୟବସାୟ ବନ୍ଦ ସତ୍ୱେ କର୍ମଚାରୀଙ୍କୁ ନିଯୁକ୍ତିକର୍ତ୍ତା ଦରମା ଦେବାକୁ ବାଧ୍ୟ । ଶିଳ୍ପ ହେଉ ଅବା ଦୋକାନ ଅଥବା ବାଣିଜ୍ୟିକ ପ୍ରତିଷ୍ଠାନ, ଧାର୍ଯ୍ୟ ସମୟରେ କର୍ମଚାରୀୀଙ୍କୁ ଦରମା ଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯିବା ସହ କର୍ମଚାରୀଙ୍କ ଦରମାରେ କୌଣସି ପ୍ରକାରର କାଟଛାଟ୍ ଣ୍ଟ ନକରିବା ପାଇଁ କଂପାନୀମାନଙ୍କୁ କୁହାଯାଇଥିଲା । ତେବେ ସରକାରଙ୍କ ଏହି ନିର୍ଦ୍ଦେଶାନାମାର ସାମ୍ବିଧାନିକ ବୈଧତାକୁ ନେଇ ଅନେକ କଂପାନୀ ସୁପ୍ରିକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଦରମା ଦେବାକୁ ସକ୍ଷମ ନଥିବା ଘରୋଇ କଂପାନୀଗୁଡିକ ଉପରେ ଚାପ ନପକାଇବା ସହ ବର୍ତମାନ ସମୟରେ କର୍ମଚାରୀଙ୍କୁ ପୂରା ଦରମା ଦେବାକୁ କଂପାନୀ ମାଲିକମାନେ ବାଧ୍ୟ ନୁହଁନ୍ତି ଶୁଣାଣୀରେ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ ।