କନକ ବ୍ୟୁରୋ: ସୁପ୍ରିମକୋର୍ଟ ଆର୍ଥିକ ଭାବେ ଦୁର୍ବଳ ଥିବା ସାଧାରଣ ଲୋକଙ୍କ ୧୦ ପ୍ରତିଶତ ସଂରକ୍ଷଣକୁ ଠିକ୍ ଦର୍ଶାଇଛନ୍ତି । କୋର୍ଟରେ ପାଞ୍ଚ ଜଣିଆ ଖଣ୍ଡପୀଠର ବେଞ୍ଚ୧୦ ପ୍ରତିଶତର ଇଡବ୍ଲୁଏସ କୋଟାକୁ ୩-୨ ଅନୁପାତରେ ସଠିକ କହିଛନ୍ତି । ଅର୍ଥାତ ୩ ଜଣ ଜଜ ଏହାକୁ ସମର୍ଥନ କରିଥିବା ବେଳେ ମୁଖ୍ୟ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ଏଲଂ ଜଷ୍ଟିସ ରବୀନ୍ଦ୍ର ଭଟ୍ଟ ଏହାକୁ ଅସାମ୍ବିଧାନିକ କହିଥିଲେ ।

Advertisment

ଜଷ୍ଟିସ ଦିନେଶ ମାହେଶ୍ୱରୀ, ଜଷ୍ଟିସ ବେଲା ଏମ. ତ୍ରିବେଦୀ ଏବଂ ଜଷ୍ଟିସ ଜେବୀ ପାରଦୀବାଲା ୧୦ ପ୍ରତିଶତର ସଂରକ୍ଷଣକୁ ସମର୍ଥନ କରିଥିଲେ । ସେହିଭଳି ଜଷ୍ଟିସ ୟୁୟୁ ଲଳିତ ଏଲଂ ଜଷ୍ଟିସ ରବୀନ୍ଦ୍ର ଏହାକୁ ସମର୍ଥନ କରିନଥିଲେ । ୨୦୧୯ ମସିହା ଜାନୁଆରୀରେ ସମ୍ବିଧାନର ୧୦୩ ତମ ସଂଶୋଧନ ଜରିଆରେ ସରକାର ଆର୍ଥିକ ଭାବେ ଦୁର୍ବଳ ସାଧାରଣ ବର୍ଗର ଲୋକଙ୍କ ପାଇଁ ୧୦ ପ୍ରତିଶତର ସଂରକ୍ଷଣ ଦେବାକୁ ଘୋଷଣା କରିଥିଲେ । ସୁପ୍ରିମକୋର୍ଟଙ୍କୁ ନିଷ୍ପତ୍ତି ନେବାର ଥିଲା ଯେ କଣ ୧୦୩ ତମ ସମ୍ବିଧାନ ସଂଶୋଧନ ସମ୍ବିଧାନର ଉଲ୍ଲଙ୍ଘନ ହୋଇଛି କି? କଣ ଏସି, ଏସଟି ଏବଂ ଓବିସି ବର୍ଗର ଲୋକଙ୍କ ଇଡବ୍ଲୁଏସ କୋଟାରୁ ବାହାରେ ରଖିବା ସମ୍ବିଧାନର ମୂଳ ଢାଞ୍ଚାର ଉଲ୍ଲଙ୍ଘନ କି?

ତିନି ଜଜ ସଂରକ୍ଷଣକୁ ସମର୍ଥନ କରିଥିବା ବେଳେ ସମ୍ବିଧାନର ମୂଳ ଢାଞ୍ଚାର ଉଲ୍ଲଙ୍ଘନ ହୋଇନାହିଁ ବୋଲି କହିଥିଲେ । ତେବେ ଜଷ୍ଟିସ ଭଟ କହିଥିଲେ ଏଥିରେ ସମ୍ବିଧାନର ଉଲ୍ଲଙ୍ଘନ ହୋଇଛି । ମୁଖ୍ୟ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ମଧ୍ୟ ଏହାକୁ ସମର୍ଥନ କରିଥିଲେ ।