କନକ ବ୍ୟୁରୋ: ପ୍ରବାସୀ ଶ୍ରମିକଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ସମସ୍ତ ପ୍ରବାସୀ ଶ୍ରମିକଙ୍କ ନାମ ପଂଜୀକରଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଆଜିଠୁ ୧୫ ଦିନ ଭିତରେ ପ୍ରବାସୀଙ୍କୁ ଘରେ ପହଚାଂଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୪ ଘଂଟା ମଧ୍ୟରେ ଶ୍ରମିକଙ୍କୁ ଟ୍ରେନ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଯୋଗ୍ୟତା ଆଧାରରେ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଉ । ନିଯୁକ୍ତି ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚତମ ନ୍ୟାୟଳୟ ।
ସୁପ୍ରିମକୋର୍ଟ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଏକ ପରାମର୍ଶ କେନ୍ଦ୍ର ଗଠନ କରିବାକୁ ମଧ୍ୟ କୁହାଯାଇଛି । ସେମାନଙ୍କର ତଥ୍ୟ ଉଭୟ ଗ୍ରାମ ଏବଂ ବ୍ଲକ ସ୍ତରରେ ସଂଗ୍ରହ କରାଯିବ ଏବଂ ସେମାନଙ୍କର ସ୍କିଲ୍ ମ୍ୟାପିଙ୍ଗ୍ କରିବାକୁ କୁହାଯାଇଛି । ତେବେ ଏହି ଡାଟା ପ୍ରବାସୀଙ୍କୁ ରୋଜଗାର ଦେବାରେ ସାହାଯ୍ୟ କରିବ । ଯଦି ଶ୍ରମିକମାନେ କାମକୁ ଫେରିବାକୁ ଚାହାଁନ୍ତି ତେବେ ରାଜ୍ୟ ସରକାର ସାହାଯ୍ୟ କରିବେ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ, ସ୍ଥାନାନ୍ତରଣ ସମୟରେ ଶ୍ରମିକଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ଲକଡାଉନ୍ ଉଲ୍ଲଂଘନ ମାମଲାକୁ ମଧ୍ୟ ପ୍ରତ୍ୟାହାର କରାଯିବ। ସମସ୍ତ ଶ୍ରମିକ ପଞ୍ଜୀକୃତ ହେବ ଏବଂ ଯେଉଁମାନେ ଘରକୁ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ୧୫ ଦିନ ମଧ୍ୟରେ ଘରକୁ ପଠାଯିବା । ଯଦି ରାଜ୍ୟ ସରକାର ଅତିରିକ୍ତ ଟ୍ରେନ୍ ଆବଶ୍ୟକ କରନ୍ତି, ତେବେ କେନ୍ଦ୍ର ୨୪ ଘଣ୍ଟା ମଧ୍ୟରେ ଟ୍ରେନ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।