ଏସବିଆଇ ଉପରେ ବିରକ୍ତ ହେଲେ ସୁପ୍ରିମକୋର୍ଟ: ୩ ଦିନ ମଧ୍ୟରେ ସଂପୂର୍ଣ୍ଣ ତଥ୍ୟ ଦେବାକୁ ନିର୍ଦ୍ଦେଶ

Advertisment
ଏସବିଆଇ ଉପରେ ବିରକ୍ତ ହେଲେ ସୁପ୍ରିମକୋର୍ଟ: ୩ ଦିନ ମଧ୍ୟରେ ସଂପୂର୍ଣ୍ଣ ତଥ୍ୟ ଦେବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଇଲେକ୍ଟୋରାଲ ବଣ୍ଡକୁ ନେଇ ତଥ୍ୟ ଦେଇଛି ଭାରତୀୟ ଷ୍ଟେଟବ୍ୟାଙ୍କ । ଏଥିରୁ କେତେଟଙ୍କା କିଏ ଦେଇଛି ଓ କେତେ ଟଙ୍କା କିଏ ନେଇଛି ଜଣାପଡିଥିବାବେଳେ, କେତେ ଟଙ୍କା କିଏ କାହାଠାରୁ ନେଇଛି ତାହା ଜଣାପଡି ନାହିଁ । ତେଣୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି –
ଇଲେକ୍ଟୋରାଲ ବଣ୍ଡ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ 
ଗୁରୁବାର ସୁଦ୍ଧା ଇଲେକ୍ଟୋରାଲ ବଣ୍ଡ ୟୁନିକ ନମ୍ବର ସହ ତଥ୍ୟ ନିର୍ବାଚନ କମିସନଙ୍କୁ ଦେବ ଏସବିଆଇ
ଏସବିଆଇ ଦେଇଥିବା ସବିଶେଷ ତଥ୍ୟକୁ ନିଜ ୱେବ୍ସାଇଟରେ ଅପଲୋଡ କରିବେ ନିର୍ବାଚନ କମିସନ୍

ଏହାରି ଭିତରେ ଏସବିଆଇଠାରୁ ତଥ୍ୟ ପାଇବା ପରେ ନିର୍ବାଚନୀ ବଣ୍ଡ ଜରିଆରେ କେଉଁ ଦଳ କେତେ ଟଙ୍କା ପାଇଛନ୍ତି, ସେ ସଂପର୍କରେ ନିର୍ବାଚନ କମିସନ୍ ୱେବ୍ସାଇଟରେ ତଥ୍ୟ ଜାରି କରାଯାଇଛି । ବଣ୍ଡ ଜରିଆରେ ବିଜେପିକୁ ସର୍ବାଧିକ ୬ ହଜାର ୯୮୭ କୋଟି ୫୦ ଲକ୍ଷ ଟଙ୍କା ମିଳିଥିବାବେଳେ ଜାତୀୟ ଦଳ କଂଗ୍ରେସଠାରୁ ମମତାଙ୍କ ଟିଏମସି ଅଧିକ ଟଙ୍କା ପାଇଥିବା ଜଣାପଡିଛି । ସେହିପରି ୯୪୪ କୋଟି ୫୦ ଲକ୍ଷ ସହ ପଂଚମ ସ୍ଥାନରେ ରହିଛି ବିଜୁ ଜନତା ଦଳ । ସବୁଠାରୁ ବଡକଥା ହେଉଛି ନିର୍ବାଚନୀ ବଣ୍ଡ ଜରିଆରେ ରାଜନୈତିକ ଦଳଗୁଡିକ ପ୍ରଚୁର ଆୟ କରିଥିବାବେଳେ ଗତମାସରେ ଏହାକୁ ବେଆଇନ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ ।

ନିର୍ବାଚନୀ ବଣ୍ଡ ଜରିଆରେ କେଉଁ ଦଳକୁ କେତେ ଟଙ୍କା?
ଦଳ ଟଙ୍କା
ବିଜେପି ୬,୯୮୭ କୋଟି ୫୦ ଲକ୍ଷ
ଟିଏମସି ୧,୩୯୭ କୋଟି
କଂଗ୍ରେସ ୧,୩୩୪ କୋଟି
ବିଆରଏସ ୧,୩୨୨ କୋଟି
ବିଜେଡି ୯୪୪ କୋଟି ୫୦ ଲକ୍ଷ

୨୦୧୭-୧୮ ବଜେଟ ନିର୍ବାଚନୀ ବଣ୍ଡ ବ୍ୟବସ୍ଥା କରାଯାଇଥିଲା । ରାଜନୈତିକ ଦଳ ନିର୍ବାଚନୀ ବଣ୍ଡ ଆକାରରେ ପାଣ୍ଠି ସଂଗ୍ରହ କରିପାରିବେ, ସେଥିରେ ଦାତାଙ୍କ ସଂପର୍କରେ ସୂଚନା ରହିବ ନାହିଁ, ଏପରି ବ୍ୟବସ୍ଥା ରହିବା ସହ ନିର୍ବାଚନୀ ବଣ୍ଡକୁ ଆୟକର ମୁକ୍ତ କରାଯାଇଥିଲା । ତେବେ ନିର୍ବାଚନର ସ୍ୱଚ୍ଛତାକୁ ଏହି ପ୍ରଭାବିତ କରିବ ବୋଲି ଅଭିଯୋଗ କରି ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଥିଲା । ଏହାର ଶୁଣାଣି କରି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ସୁପ୍ରିମକୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe