କନକ ବ୍ୟୁରୋ: ସୁପ୍ରିମକୋର୍ଟ ସୋମବାର ଏକ ଆବେଦନର ଶୁଣାଣି କରି ଆବେଦନାରୀଙ୍କ ଉପରେ ବର୍ଷିଛନ୍ତି । ମୁଖ୍ୟ ବିଚାରପତି ଡିୟାଇ ଚନ୍ଦ୍ରଚୂଡ , ନ୍ୟାୟମୂର୍ତ୍ତି ପିଏସ୍ ନରସିହ୍ମା, ଓ ବିଚାରପତି ମନୋଜ ମିଶ୍ରା କେରଳର ଜଣେ ୩୯ ବର୍ଷୀୟ ଓକିଲଙ୍କ ଆବେଦନର ଶୁଣାଣି କରି କଡା ଜବାବ ଦେଇଛନ୍ତି ।

Advertisment

ଏହି ଆବେଦନ ବନ୍ଦେ ଭାରତର ଟ୍ରେନର ରହଣୀ ସମ୍ପର୍କୀତ ଥିଲା । ଆବେଦନକାରୀ ଅଭିଯୋଗ କରିଥିଲେ ଯେ, ବନ୍ଦେ ଭାରତ ପାଇଁ ଏକ ଷ୍ଟପେଜ୍ ଆବଣ୍ଟନ କରାଯାଉ । କିନ୍ତୁ ଏହା ସଫଳ ହେଲା ନାହିଁ । କେରଳ ମଲପୁରମ୍ ଏକ ଜନବହୁଳ ଅଞ୍ଚଳ ଏଠକାର ଅଧିକାର ଜନତା ଟ୍ରେନ ଉପରେ ନିର୍ଭରଶୀଳ । କିନ୍ତୁ ଏଠାରେ ପୂର୍ବରୁ ଟ୍ରେନ୍ ଷ୍ଟପେଜ୍ ଆବଣ୍ଟନ ହୋଇଥିଲେ ବି ଏହାକୁ ପରେ ପ୍ରତ୍ୟାହାର କରିନିଆଯାଇଥିଲା । ତେଣୁ ଏଠାରେ ଏକ ଷ୍ଟପେଜ୍ ଆବଣ୍ଟନ କରାଯାଉ ।

କିନ୍ତୁ ଆବଦେନକାରୀଙ୍କୁ ଅଭିଯୋଗକୁ ମୁଖ୍ୟ ବିଚାରପତି ଖାରଜ କରିଛନ୍ତି । ରେଲୱେର କୌଣସି ନିଷ୍ପତ୍ତି କୋର୍ଟ ନେଇପାରିବେ ନାହିଁ । ସୁବିଧା ଅନୁସାରେ ରେଲୱେ ବିଭାଗ ଏନେଇ ଯାହା ନିଷ୍ପତ୍ତି ନେବେ । ଏଭଳି କୌଣସି ଅଭିଯୋଗ ଦାଏର କରି ସର୍ବୋଚ୍ଚ ନ୍ୟାୟଳକେୁ ପୋଷ୍ଟ ଅଫିସ୍ କରିଦିଆଯାଉଛି ବୋଲି କହିଛନ୍ତି ସିଜେଆଇ ଚନ୍ଦ୍ରଚୂଡ ।