ସୁପ୍ରିମକୋର୍ଟରେ ସିଏଏ ମାମଲା : ନାଗରିିକ ସଂଶୋଧନ ଆଇନ୍ ସଂକ୍ରାନ୍ତ ୧୪୩ ଟି ଆବେଦନ ଉପରେ ଶୁଣାଣି କରିବେ ଉଚ୍ଚତମ ନ୍ୟାୟାଳୟ , କୋର୍ଟ ଲୋଡିଥିଲେ କେନ୍ଦ୍ରର ଜବାବ

112

ନାଗରିିକ ସଂଶୋଧନ ଆଇନ୍ ସଂକ୍ରାନ୍ତ ୧୪୩ ଟି ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ଜଷ୍ଟିସ ଏସ ଏ ବୋବଡେ, ଜଷ୍ଟିସ ଏସ ଅବଦୁଲ ନଜିର ଏବଂ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ ବିଭିନ୍ନ ପକ୍ଷ ଦ୍ୱାରା ଦାଖଲ ହୋଇଥିବା ସିଏଏ ସଂକ୍ରାନ୍ତ ପିଟିସନ ଉପରେ ଶୁଣାଣି କରିବେ । ସିଏଏକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଆଧାରରେ କୋର୍ଟ ଗତବର୍ଷ ଡିସେମ୍ବର ୧୮ରେ କେନ୍ଦ୍ର ସରକାରଙ୍କ ଜବାବ ଲୋଡିଥିଲେ ।

ମୋଦୀ ସରକାର ଯେଉଁ ନୂଆ ବିଲ ଆଣିଛନ୍ତି, ତାହାକୁ ନାଗରିକତା ସଂଶୋଧନ ବିଲ୍ -୨୦୧୯ (ସିଟିଜେନ ଆମେଣ୍ଡମେଣ୍ଟ ବିଲ-୧୯) ର ନାମ ଦିଆଯାଇଛି । ଏହି ବିଲ ଅନୁସାରେ, ଆଫଗାନିସ୍ତାନ, ବାଙ୍ଗଲାଦେଶ, ପାକିସ୍ତାନରୁ ଆସୁଥିବା ହିନ୍ଦୁ , ଶିଖ, ବୌଦ୍ଧ, ଜୈନ, ପାରସୀ ଓ ଈସାଈ ଶରଣାର୍ଥୀଙ୍କୁ ଭାରତରେ ନାଗରିକତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଏଥି ସହିତ ଏହି ସମସ୍ତ ଶରଣାର୍ଥୀ ଭାରତରେ ଅବୈଧ ନାଗରିକ ଭାବେ ଆଉ ପରିଚିତ ହେବେ ନାହିଁ । ସଂଶୋଧିତ ବିଲରେ ଭାରତକୁ ଅବୈଧ ଭାବେ ପ୍ରବେଶ କରିଥିବା ଲୋକଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଯିବ କିମ୍ବା ଗିରଫ କରାଯିବ । ଏବେ ସମସ୍ତ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପାଇବା ପାଇଁ ପାଖାପାଖି ୬ବର୍ଷ ରହିବାକୁ ପଡିବ । ପୂର୍ବରୁ ଏହାର ସମୟସୀମା ୧୧ବର୍ଷ ଥିଲା ।

ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ଓ ମିଜୋରାମର ଇନର ଲାଇନ ପରମିଟ ଏରିଆକୁ ଏହି ବିଲ ଅନ୍ତର୍ଭୁକ୍ତ କରାଯିବ ନାହିଁ । ସଂଶୋଧିତ ବିଲରେ ଆଫଗାନିସ୍ତାନ-ବାଙ୍ଗଲାଦେଶ-ପାକିସ୍ତାନରୁ ଆସୁଥିବା କୌଣସି ହିନ୍ଦୁ, ଜୈନ, ଶିଖ୍,ବୌଦ୍ଧ, ଈସାଈ ନାଗରିକ ଯିଏକି ୩୧ଡିସେମ୍ବର, ୨୦୧୪ ପୂର୍ବରୁ ଭାରତ ଆସିଛନ୍ତି ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବ । ଏମାନଙ୍କ ମଧ୍ୟରୁ ଯେଉଁମାନେ ଓସିଆଇ ହୋଲ୍ଡର, ଯଦି ସେ କୌଣସି ଆଇନର ଉଲ୍ଲଙ୍ଘନ କରିଥାଏ ତାହାଲେ ତାକୁ ଗୋଟେ ଥର ପାଇଁ ତାହାର ସପକ୍ଷ ରଖିବାକୁ ଅନୁମତି ପ୍ରଦାନ କରାଯିବ । ବିରୋଧୀ ଦଳ ସଂଶୋଧିତ ବିଲକୁ ବିରୋଧ କରି ଆସୁଛି ଏବଂ ଭାରତରେ ସମ୍ବିଧାନର ଉଲ୍ଲଙ୍ଘନ କରାଯାଉଥିବା କହିଛି । ବିରୋଧୀଙ୍କ କହିବା ମୁତାବକ କେନ୍ଦ୍ର ସରକାର ଯେଉଁ ବିଲ ଆଣୁଛନ୍ତି, ତାହା ଦେଶରେ ଧର୍ମ ଧର୍ମ ବିରୁଦ୍ଧରେ ପାଚେରୀ ହୋଇ ଠିଆ ହେବ । ଯାହା ସମାନତା ଅଧିକାରର ଆଇନ ବିରୁଦ୍ଧ । ପୂର୍ବାଞ୍ଚଳରେ ଏହି ବିଲକୁ ସବୁଠାରୁ ଅଧିକ ବିରୋଧ କରାଯାଉଛି । ପୂର୍ବାଞ୍ଚଳରେ ଲୋକଙ୍କ କହିବା ମୁତାବକ, ବାଙ୍ଗଲାଦେଶରେ ଅଧିକ ହିନ୍ଦୁ ଆସି ଆସାମ, ଅରୁଣାଚଳ, ମଣିପୁର ଭଳି ରାଜ୍ୟରେ ବସବାସ କରୁଛନ୍ତି । ସେଠାକାର ଅନେକ ଛାତ୍ର ସଂଗଠନ , ରାଜନୀତିକ ଦଳ ଏହାକୁ ବିରୋଧ କରୁଛନ୍ତି । ଏନଡିଏ ରେ ଭାରତୀୟ ପାର୍ଟିର ସମସ୍ତ ସାଥୀ ଆସାମ ଗଣ ପରିଷଦ ମଧ୍ୟ ଏହି ସଂଶୋଧିତ ବିଲକୁ ବିରୋଧ କରିଆସୁଛନ୍ତି ।