ମୋଦି, ଶାହା, ରାହୁଲଙ୍କ ବିରୋଧରେ ଆସିଥିବା ସମସ୍ତ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ମାମଲାର ଶୁଣାଣି ଆଜି! ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି 

235
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ଏକ ପରୀକ୍ଷାର ଦିନ । କାରଣ ନିର୍ବାଚନ କମିଶନରେ ଆଜି ଏହି ଦୁଇ ନେତାଙ୍କ ଆଚରଣବିଧି ଉଲଂଘନ ନେଇ କରାଯିବ ଶୁଣାଣି । ସୂଚନା ଅନୁସାରେ ଗତ ଅପ୍ରେଲ ୧ ତାରିଖରେ ୱାର୍ଧାରେ ମୋଦୀ ଦେଇଥିବା ଭାଷଣ ବିରୋଧରେ କଂଗ୍ରେସ କରିଥିଲା ଅଭିଯୋଗ । ଏହାର ଶୁଣାଣି କରିବେ ନିର୍ବାଚନ କମିଶନ । ସେହିପରି ଲାଟୁରରେ ପ୍ରଥମ ଭୋଟର ସେମାନଙ୍କ ଭୋଟ୍ ପୁଲୱାମା ସହିଦଙ୍କ ସମର୍ଥନରେ ଦେବାକୁ ମୋଦୀ କରିଥିବା ଅପିଲ୍ ନେଇ ମଧ୍ୟ ନିର୍ବଚନ କମିଶନ ଶୁଣାଣି କରିବା ନେଇ ସୂଚନା ଦେଇଛନ୍ତି । ଘଟଣା ଘଟିବାର ପ୍ରାୟ ୪ ସପ୍ତାହ ପରେ ନିର୍ବାଚନ କମିଶନ ଏହାର ବିଚାର କରୁଛନ୍ତି ।

ଅପ୍ରେଲ ୧ ତାରିଖରେ ୱାର୍ଧାରେ ଓ ଅପ୍ରେଲ ୯ ତାରିଖରେ ଲାଟୁରରେ ମୋଦୀ ନିଜ ଭାଷଣରେ ନିର୍ବାଚନ ଆଚରଣବିଧି ଉଲଂଘନ କରିଥିବା ଅଭିଯୋଗ ରହିଛି । ସେହିପରି ଗତ ୧୩ ଅପ୍ରେଲରେ ତାମିଲନାଡୁରେ ସାବରିମାଳା ବିବିାଦକୁ ନେଇ ମୋଦୀ , ବାମଦଳ, କଂଗ୍ରେସ ଓ ମୁସଲିମ୍ ଲିଗ ଉପରେ ଦେଇଥିବା ବୟାନକୁ ବିଚାର ପରିସରକୁ ଆଣିପାରନ୍ତି ନିର୍ବାଚନ କମିଶନ । ସେହିପରି ଏହି ସମୟ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ଆସିଛି ୧୧ଟି ଆଚରଣବିଧି ଉଲଂଘନ ଅଭିଯୋଗ । ରାହୁଲଙ୍କ ଚୌକିଦାର ମନ୍ତବ୍ୟ ନେଇ ବିଚାର କରିବେ ନିର୍ବାଚନ କମିଶନ । ସେହିପରି ରାହୁଲ କିଣାରେ ଦୁର୍ନୀତି ନେଇ ଅନୀଲ ଅମ୍ୱାନୀଙ୍କୁ ନିର୍ବାଚନୀ ଭାଷଣରେ ଟାର୍ଗେଟ କରିଥିଲେ ରାହୁଲ ।
ତେବେ ସୁପ୍ରିମକୋର୍ଟରେ ବିଜେପି ସାଂସଦ ମିନାକ୍ଷୀ ଲେଖିଙ୍କ ଅଭିଯୋଗର ଶୁଣାଣି ଚାଲୁଥିବାରୁ ଏହାକୁ ବିଚାରକୁ ନେଇ ନପାରନ୍ତି ନିର୍ବାଚନ କମିଶନ । ତେବେ ମୋଦୀଙ୍କ ଭାଷଣର ଫୁଲ୍ ସ୍କ୍ରିପ୍ଟ ଯାହା ନିର୍ବାଚନ କମଶନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି, ତାହା ଭିତରେ ବିବାଦୀୟ ବିଶେଷ କିଛି ନଥିବା ନିର୍ବାଚନ କମିଶନଙ୍କ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ଅମିତ ଶାହାଙ୍କ ଭାଷଣରେ ଆଚରଣବିଧି ଉଲଂଘନ ଅଭିଯୋଗର ମଧ୍ୟ ଆଜି ଶୁଣାଣି କରିବେ ନିର୍ବାଚନ କମିଶନ ।