ପେଗାସସ୍ ମାମଲା : ବିଶେଷ ଯାଂଚ ଆବେଦନ ଉପରେ ଗୁରୁବାର ସୁପ୍ରିମ କୋର୍ଟରେ ଶୁଣାଣି

Advertisment
ପେଗାସସ୍ ମାମଲା : ବିଶେଷ ଯାଂଚ ଆବେଦନ ଉପରେ ଗୁରୁବାର ସୁପ୍ରିମ କୋର୍ଟରେ ଶୁଣାଣି

କନକ ବ୍ୟୁରୋ : ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ପେଗାସସ୍ ମାମଲାର ବିଶେଷ ଯାଂଚ ନେଇ କରାଯାଇଥିବା ଆବେଦନ ଉପରେ ଗୁରୁବାର (ଅଗଷ୍ଟ-୫) ଦିନ ଶୁଣାଣି କରିବେ । ଏହି ଆବେଦନରେ ଅଭିଯୋଗ କରାଯାଇଛି କି, ବିରୋଧୀଦଳ ନେତା, ସାମ୍ବାଦିକ ଓ ଅନ୍ୟ ଲୋକଙ୍କ ଫୋନକୁ ଇସ୍ରାଇଲ ସଫ୍ଟୱେୟାର ଦ୍ୱାରା ଟ୍ୟାପିଂ କରାଯାଇଛି । ଏହି ଅଭିଯୋଗ ସାମ୍ବାଦିକ ଏନ ରାମ ଓ ସିପିଆଇ(ଏମ) ନେତା ଜନ ବ୍ରିଟାନଙ୍କ ଦ୍ୱାରା ଦାଖଲ କରାଯାଇଥିଲା ।

ଏହି ଅଭିଯୋଗ ମାଧ୍ୟମରେ ଅଭିଯୋଗକାରୀ ଶୀର୍ଷ ଅଦାଲତ ଠାରେ ଅନୁରୋଧ କରିଛନ୍ତି କି ସରକାର ସ୍ପଷ୍ଟ କରିବା ଦରକାର ସେମାନେ ସଫ୍ଟୱେୟାର ପାଇଁ ଲାଇସେନ୍ସ ପ୍ରାପ୍ତ କରିଛନ୍ତି କି ? କିମ୍ବା ଏହାର ବ୍ୟବହାର ପ୍ରତ୍ୟେକ୍ଷ ବା ପରୋକ୍ଷରେ କାହା ଉପରେ ନଜର ରଖିବାକୁ କରାଯାଇଛି ।

ଆବେଦନକାରୀଙ୍କ କହିବା ଅନୁସାରେ, ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲର ସିକ୍ୟୁରିଟି ଲ୍ୟାବ୍ ଦ୍ୱାରା ଫୋରେନସିକ୍ ଅନୁସନ୍ଧାନ ବିଶ୍ଳେଷଣରୁ ଜଣାପଡିଛି ଯେ ସମ୍ଭାବ୍ୟ ଲକ୍ଷ୍ୟ ଭାବରେ ତାଲିକାଭୁକ୍ତ ଲୋକଙ୍କ ଫୋନ୍ ଉପରେ ନଜର ରଖାଯାଇଛି ଏବଂ ସୁରକ୍ଷା ମାନକ ଉଲ୍ଲଂଘନ କରାଯାଇଛି।

ସୂଚନା ଥାଉକି ଶନିବାର ଦିନ ସୁପ୍ରମକୋର୍ଟର ବରିଷ୍ଠ ଓକିଲ କପିଲ ଶିବଲ୍ଲ ପେଗାସସ୍ ମାମଲାକୁ ମୁଖ୍ୟ ବିଚାରପତି ଏନବି ରମନ୍ନାଙ୍କ ନଜରକୁ ଆଣିଥିଲେ । ବରିଷ୍ଠ ପତ୍ରକାର ଏନ ରାମଙ୍କ ଅଭିଯୋଗ ଉପରେ ଶୁଣାଣି କରିବାକୁ ଅନୁରୋଧ କରିଥିଲେ । ଏବେ ଏହି ମାମଲାର ଶୁଣାଣି ପାଇଁ ଗୁରୁବାରକୁ ଲିଷ୍ଟିଂ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe