କରୋନା ପାଇଁ ବନ୍ଦ ହେବ ନାହିଁ ସୁପ୍ରିମକୋର୍ଟ । ଏନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସଏ ବୋବଡେ ସୂଚନା ଦେଇଛନ୍ତି । ୪ ଆପେକ୍ସ କୋର୍ଟ ବିଚାରପତି, ସୁପ୍ରିମକୋର୍ଟ ଓକିଲ ସଂଘ , ଏମ୍ସ ଡାକ୍ତରଙ୍କ ସହିତ ଆଲୋଚନା କରିବା ପରେ କରୋନାକୁ ନେଇ ସୁପ୍ରିମକୋର୍ଟକୁ ପୁରା ବନ୍ଦ କରିବାକୁ ମନା କରିଦେଇଛନ୍ତି ପ୍ରଧାନ ବିଚାରପତି । ଏହି ବୈଠକରେ କରୋନାକୁ ନେଇ ସୁପ୍ରିମକୋର୍ଟରେ ଗ୍ରହଣ କରାଯାଇଥିବା ସୁରକ୍ଷା ଓ ସଚେତନତା କଥା ମଧ୍ୟ ପଚାରିବୁଝିଛନ୍ତି ପ୍ରଧାନ ବିଚାରପତି । ଆଗରୁ କରୋନାକୁ ନେଇ ସୁପ୍ରିମକୋର୍ଟରେ ଗ୍ରହଣ କରାଯାଇଛି ସତର୍କତା । କେବଳ ବିଚାର ହେବାକୁ ଥିବା ମାମଲା ସମ୍ପର୍କିତ ବ୍ୟକ୍ତି ଏବଂ ଓକିଲ ସୁପ୍ରିମକୋର୍ଟ ଶୁଣାଣି କକ୍ଷରେ ଉପସ୍ଥିତ ରହିବା ନେଇ ଆଗୁଆ ସୂଚନା ଜାରି ହୋଇ ସାରିଛି । ତେବେ କୌଣସି ବ୍ୟକ୍ତିଙ୍କୁ ଥଣ୍ଡା ଓ କଫ ଥିଲେ କିମ୍ବା ସେ ଅସୁସ୍ଥ ଥିଲେ ତାଙ୍କୁ କୋର୍ଟ ନ ଆସିବାରୁ କୁହାଯାଇଛି ।
ଭଲ୍ୟୁଣ୍ଟର ଜାରି କରି ସୁପ୍ରିମକୋର୍ଟରେ ଲୋକଙ୍କୁ ଅଧିକ ସଚେତନ କରିବାକୁ କହିଛନ୍ତି ପ୍ରଧାନ ବିଚାରପତି । ସୁପ୍ରିମକୋର୍ଟରେ ଲୋକଙ୍କ ମଧ୍ୟରେ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି । ଏହା ବାଦ୍ ଓକିଲ ମାନଙ୍କୁ ଇ ଫାଇଲିଂ ଓ ଭିଡିଓ କନଫରେନ୍ସିଂରେ ଶୁଣାଣି କରିବା ବ୍ୟବସ୍ଥାକୁ ଗ୍ରହଣ କରିବା ସହ ଏଥିନେଇ ସମସ୍ତଙ୍କୁ ଉତ୍ସାହିତ କରିବାକୁ ନିବେଦନ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/03/india_supreme_court_xl8-1.jpg)