କନକ ବ୍ୟୁରୋ: ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ ଓ ଅଟକ ରଖିବାକୁ ନେଇ ଦିଲ୍ଲୀ ହାଇକୋର୍ଟ ଏପ୍ରିଲ ୯ତାରିଖରେ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ। ଏଥିରେ ଆଜି ତାଙ୍କୁ ଆଶ୍ୱସ୍ତି ମିଳୁଛି କି ନାହିଁ ତାହା ଉପରେ ନଜର ।

ବାସ୍ତବରେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା ଦେଇ ମନି ଲଣ୍ଡରିଂ ମାମଲାରେ ତାଙ୍କ ଗିରଫଦାରୀକୁ ବୈଧ ବୋଲି ଘୋଷଣା କରି କହିଥିଲେ ଯେ ବାରମ୍ବାର ସମନ ସତ୍ତ୍ୱେ ତଦନ୍ତରେ ଯୋଗ ଦେବାକୁ ମନା କରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା । ଏହି ଗିରଫଦାରୀକୁ ନେଇ ସେ ମାମଲା ଦାଏର କରିଥିବାବେଳେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଆବେଦନକୁ ଖାରଜ କରିଦେଇଥିଲେ। ଏହାପରେ ଅରବିନ୍ଦ କେଜ୍ରିୱାଲ ଏବେ ସୁପ୍ରିମ୍ କୋର୍ଟରେ ପହଞ୍ଚିଛନ୍ତି।