କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ଆଜି ଉତ୍ତରପ୍ରଦେଶରେ କାଉଡିଆ ଯାତ୍ରାକୁ ନେଇ ହୋଇଥିବା ବିବାଦ ମାମଲାର ଶୁଣାଣି ହେବ । କାଉଡିଆ ଯାତ୍ରା ରାସ୍ତାରେ ସମସ୍ତ ଦୋକାନୀ ନିଜ ନାମ ଫଳକ ଟାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ଯୋଗୀ ସରକାର । ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ପିଟିସନର ଆଜି ଶୁଣାଣି ହେବ । ସ୍ୱେଚ୍ଛାସେବୀ ସଂଗଠନ ଆସୋସିଏସନ ଅଫ ପ୍ରୋଟେକ୍ସନ ଅଫ ସିଭିଲ ରାଇଟ୍ସ ପକ୍ଷରୁ ଆବେଦନ କରାଯାଇଛି ।
ଗତ ୧୯ ତାରିଖରେ ଯୋଗୀ ସରକାର ଉତ୍ତରପ୍ରଦେଶରେ କାଉଡିଆ ଯାତ୍ରାକୁ ନେଇ ଏକ ଆଦେଶନାମା ଜାରି କରିଥିଲେ । ଆଦେଶନାମାରେ ଉଲ୍ଲେଖ ରହିଥିଲା କାଉଡିଆ ଯାଉଥିବା ରାସ୍ତାର ସମସ୍ତ ଢାବା, ରେସ୍ତୋରାଁ, ଜଳଖିଆ ଦୋକାନୀ, ଚା ଦୋକାନୀ, ଫଳ ଓ ଫଳରସ ଦୋକାନୀ ନିଜ ନାମ ସ୍ପଷ୍ଟ ଭାବେ ଲେଖି ଫଳକ ଲେଖିବାକୁ କୁହାଯାଇଥିଲା । ଫଳରେ କାଉଡିଆମାନେ ନିଜ ପସନ୍ଦ ଅନୁସାରେ ଦୋକାନୀଙ୍କ ଠାରୁ ସାମଗ୍ରୀ କିଣି ପାରିବେ । ତେବେ ସରକାରଙ୍କ ଏପରି ନିର୍ଦ୍ଦେଶନାମାକୁ ନେଇ ବିବାଦ ସୃଷ୍ଟି ହୋଇଛି । ବିରୋଧୀ ଦଳ ସମେତ ଏନଡିଏର ସହଯୋଗୀ ଦଳମାନେ ମଧ୍ୟ ଏହା ଉପରେ ଆପତ୍ତି ଉଠାଇଥିଲେ । ଆଉ ଉତ୍ତରପ୍ରଦେଶରେ ଆରମ୍ଭ ହୋଇଥିବା ଏହି ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/07/2-43.jpg)