କନକ ବ୍ୟୁରୋ: କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଆଶ୍ୱସନା ଦେଇଛନ୍ତି ଯେ ଶୀଘ୍ର ୫ଜଣ ଜଜଙ୍କୁ ନିଯୁକ୍ତି ନେଇ କଲେଜିୟମର ସୁପାରିଶକୁ ମଞ୍ଜୁରୀ ଦେବେ । ଆଟର୍ଣ୍ଣିଂ ଜେନେରାଲ ଆର. ଭେଙ୍କଟରମଣ ଜଷ୍ଟିସ ଏସ କେ କୌଲ, ଜଷ୍ଟିସ ଏ. ଏସ. ଓକାଙ୍କ ଖଣ୍ଡପୀଠକୁ କହିଛନ୍ତି ଯେ ପାଞ୍ଚ ଜଣ ଜଜଙ୍କ ନିଯୁକ୍ତି ଆଦେଶ ଜାରି କରାଯିବ ।

Advertisment

ଖଣ୍ଡପୀଠ ହାଇକୋର୍ଟର ଜଷ୍ଟିସଙ୍କ ବଦଳି ସୁପାରିଶକୁ ମଞ୍ଜୁରୀ ଦେବା ପାଇଁ କେନ୍ଦ୍ର ତରଫରୁ ହେଉଥିବା ବିଳମ୍ବ ନେଇ ନାରାଜ ପ୍ରକାଶ କରିଥିଲେ । ମାମଲାରେ ହେଉଥିବା ବିଳମ୍ବର ଶୁଣାଣି କରିବା ବେଳେ ଏଭଳି ଚିନ୍ତା ପ୍ରକାଶ କରିଛନ୍ତି । ଏହି ମାମଲାରେ ଆସନ୍ତା ଶୁଣାଣି ଫେବ୍ରୁଆରୀ ୧୩ ତାରିଖରେ ହେବ । କଲେଜିୟମ ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ସର୍ବୋଚ୍ଚ ଅଦାଲତରେ ପଦୋନ୍ନତି ନେଇ ୫ ଜଣ ଜଜଙ୍କ ନାମ ସୁପାରିଶ କରିଥିଲେ । ଏଥିରେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପଙ୍କଜ ମିତ୍ତଲ, ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୟ କରୋଲ, ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପିବି ସଞ୍ଜୟ କୁମାର, ପାଟନା ହାଇକୋର୍ଟର ଜଜ ଜଷ୍ଟିସ ଅସଦୁଦ୍ଦିନ ଅମାନୁତୁଲ୍ଲା ଏବଂ ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ଜଜ ମନୋଜ ମିଶ୍ରା । ଯଦି ଏହି ୫ ଜଣଙ୍କୁ ନିଯୁକ୍ତି ମିଳେ ତେବେ ସର୍ବୋଚ୍ଚ ଅଦାଲତରେ ଜଜଙ୍କ ସଂଖ୍ୟା ୩୨ରେ ପହଞ୍ଚିବ ।