କନକ ବ୍ୟୁରୋ : ହେଟସ୍ପି୍ଚ୍ ମାମଲାକୁ ନେଇ ଶକ୍ତ ହେଲେ ସୁପ୍ରିମକୋର୍ଟ । ଯେଉଁ ଚ୍ୟାନେଲ ହେଟସ୍ପିଚ୍ ଭଳି ଘଟଣାକୁ ପ୍ରଶୟ ଦେଉଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦଇଛନ୍ତି । ହେଟସ୍ପିଚକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଆବେଦନ ଦାୟର ହୋଇଥିଲା । ଏହା ଉପରେ ଶୁଣାଣି କରି କୋର୍ଟ ଟିଭି ଚ୍ୟାନେଲ ଓ ଆଙ୍କରଙ୍କ ଭୂମିକାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ମାମଲାର ଶୁଣାଣି କରି ବିଚାରପତି କେ.ଏମ ଜୋସେଫ କହିଛନ୍ତି ଯେ ହେଟସ୍ପିଚ୍ ସମାଜ ପାଇଁ ବଡ ବିିପଦ । ଦେଶରେ ଏକ ମୁକ୍ତ ଓ ସନ୍ତୁଳିତ ମାହୋଲର ଆବଶ୍ୟକତା ରହିଛି ।

ଟିଆରପି ପାଇଁ ଚ୍ୟାନେଲ ଗୁଡିକ ପରସ୍ପର ପ୍ରତିଯୋଗିତା କରୁଛନ୍ତି ଓ ସମାଜ ବିଭାଜନ କରିବା ଭଳି ଘୃଣା ସୃଷ୍ଟିକାରୀ ଭାଷଣ ଦେଉଛନ୍ତି । ଏଭଳି ଘୃଣାର ପ୍ରଚାର ଓ ପ୍ରସାର ରୋକି ଉଭୟ ଟିଭି ଚ୍ୟାନେଲ ଓ ଆଙ୍କରଙ୍କ ପ୍ରଥମ କର୍ତବ୍ୟ ହେବା ଉଚିତ । ଏଥିସହ ଏମାନେ ନିଜର ନୈତିକତା ନଭୁଲନ୍ତୁ ବୋଲି କୋର୍ଟ କହିଛନ୍ତି । କୋର୍ଟ କହିଛନ୍ତି ସମାଜକୁ ଯୋଡିବା ଲକ୍ଷ୍ୟ ରଖି ଗଣମାଧ୍ୟମ ସଂସ୍ଥା ନିଜର ଦାୟିତ୍ୱ ସୂଚରାରୂପେ ପାଳନ କରିବା ଉଚିତ । ଖବରକାଗଜ ତୁଳନାରେ ଟିଭି ଚ୍ୟାନେଲ ଗୁଡିକ ଲୋକଙ୍କୁ ଅଧିକ ପ୍ରଭାବିତ କରିଥାନ୍ତି । ତେଣୁ ନିପେକ୍ଷତାକୁ ଦୃୃଷ୍ଟିରେ ରଖି ଖବର ପ୍ରସାରଣ କରିବା ଉଚିତ ।