ସୁପ୍ରିମକୋର୍ଟରୁ ସୁଖବୀର ସିଂହ ବାଦଲଙ୍କୁ ମିଳିଲା ଆଶ୍ୱସ୍ତି। ଶିରୋମଣି ଅକାଳୀ ଦଳରେ ଦୁଇଟି ସମ୍ବିଧାନ ମାମଲାରେ ମିଳିଳା କ୍ଲିନ ଚିଟ୍।

ସୁପ୍ରିମକୋର୍ଟରୁ ସୁଖବୀର ସିଂହ ବାଦଲଙ୍କୁ ମିଳିଲା ଆଶ୍ୱସ୍ତି। ଶିରୋମଣି ଅକାଳୀ ଦଳରେ ଦୁଇଟି ସମ୍ବିଧାନ ମାମଲାରେ ମିଳିଳା କ୍ଲିନ ଚିଟ୍।

କନକ ବ୍ୟୁରୋ: ଶିରୋମଣି ଅକାଳୀ ଦଳରେ ଦୁଇଟି ସମ୍ବିଧାନ ମାମଲା । ପଞ୍ଜାବ ହୋସିଆରପୁର ଅଦାଲତରେ ପଡିରହିଥିବା ଏହି ମାମଲାକୁ ନେଇ ସୁଖବୀର ସିଂହ ବାଦଲ. ପ୍ରକାଶ ସିଂହ ବାଦଲ ଏବଂ ଦଲଜୀତ ସିଂହ ଚୀମାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା । ଆବେଦନ ଉପରେ ସୁପ୍ରିମକୋର୍ଟ ନିଜ ଫଇସଲା ଶୁଣାଇଛନ୍ତି । ଖଣ୍ଡପୀଠ ତଳ ଅଦାଲତର ରାୟକୁ ରଦ୍ଦ କରିଦେଇଛନ୍ତି ।

ହୋସିଆରପୁର ଅଦାଲତର ନିର୍ଦ୍ଦେଶକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଥିଲା । ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ଏମଆର ଶାହ ଏବଂ ଜଷ୍ଟିସ ଟି ରବି କୁମାର । କୋର୍ଟ କହିଛନ୍ତି, ବାଦଲଙ୍କ ବିରୋଧରେ କୌଣସି ମାମଲା ହେଉନାହିଁ । ଏହି କେସ ସିଧାସଳଖ ଭାବେ ଆଇନର ଦୂରୁପଯୋଗ ମାମଲ।। ତେଣୁ ତଳ କୋର୍ଟଙ୍କ ମାମଲା ରଦ୍ଦ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe