କନକ ବ୍ୟୁରୋ: ଶିରୋମଣି ଅକାଳୀ ଦଳରେ ଦୁଇଟି ସମ୍ବିଧାନ ମାମଲା । ପଞ୍ଜାବ ହୋସିଆରପୁର ଅଦାଲତରେ ପଡିରହିଥିବା ଏହି ମାମଲାକୁ ନେଇ ସୁଖବୀର ସିଂହ ବାଦଲ. ପ୍ରକାଶ ସିଂହ ବାଦଲ ଏବଂ ଦଲଜୀତ ସିଂହ ଚୀମାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା । ଆବେଦନ ଉପରେ ସୁପ୍ରିମକୋର୍ଟ ନିଜ ଫଇସଲା ଶୁଣାଇଛନ୍ତି । ଖଣ୍ଡପୀଠ ତଳ ଅଦାଲତର ରାୟକୁ ରଦ୍ଦ କରିଦେଇଛନ୍ତି ।
ହୋସିଆରପୁର ଅଦାଲତର ନିର୍ଦ୍ଦେଶକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଥିଲା । ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ଏମଆର ଶାହ ଏବଂ ଜଷ୍ଟିସ ଟି ରବି କୁମାର । କୋର୍ଟ କହିଛନ୍ତି, ବାଦଲଙ୍କ ବିରୋଧରେ କୌଣସି ମାମଲା ହେଉନାହିଁ । ଏହି କେସ ସିଧାସଳଖ ଭାବେ ଆଇନର ଦୂରୁପଯୋଗ ମାମଲ।। ତେଣୁ ତଳ କୋର୍ଟଙ୍କ ମାମଲା ରଦ୍ଦ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/ter-1678955637.jpg)