ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ପଶ୍ଚିମବଙ୍ଗରୁ ହଟିଲା ଫିଲ୍ମ ଦ କେରଳ ଷ୍ଟୋରୀ ଉପରୁ କଟକଣା

279

କନକ ବ୍ୟୁରୋ : ପଶ୍ଚିମବଙ୍ଗ ସରକାରଙ୍କୁ ଝଟକା । ରାଜ୍ୟରେ ବ୍ୟାନ ହେବନି ଫିଲ୍ମ ଦ କେରଳ ଷ୍ଟୋରୀ । ଏଣିକି ଅନ୍ୟ ରାଜ୍ୟ ପରି ପଶ୍ଚିମବଙ୍ଗରେ ମଧ୍ୟ ଫିଲ୍ମ ପ୍ରଦର୍ଶିତ ହେବ । ଫିଲ୍ମ ମେକରଙ୍କ ପିଟିସନ ଉପରେ ଗୁରୁବାର ଶୁଣାଣୀ କରିଥିଲେ ସୁପ୍ରିମକୋର୍ଟ । କିଛି ଦିନ ପୂର୍ବରୁ ରାଜ୍ୟରେ ସୁରକ୍ଷା ଓ ଶାନ୍ତି କଥା ଉଠାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫିଲ୍ମର ପ୍ରଦର୍ଶନ ଉପରେ ରୋକ ଲଗାଇଥିଲେ । ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଫିଲ୍ମର ନିର୍ମାତା । ଏଥିସହ କୋର୍ଟ ରାଜ୍ୟର ସମସ୍ତ ଥିଏଟରର ସୁରକ୍ଷା ଉପରେ ଧ୍ୟାନ ଦେବାକୁ ମଧ୍ୟ ମମତା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବୁଧବାର ଫିଲ୍ମର ପ୍ରଦର୍ଶନ ବନ୍ଦ ହେବା ନେଇ କୋର୍ଟରେ ନିଜ ପକ୍ଷ ରଖିଥିଲେ ତାମିଲନାଡୁ ସରକାର । ରାଜ୍ୟ ସରକାର କହିଥିଲେ ତାମିଲନାଡୁରେ ଫିଲ୍ମକୁ ବ୍ୟାନ କରାଯାଇନି । ଦର୍ଶକଙ୍କୁ ଫିଲ୍ମର କାହାଣୀ ପସନ୍ଦ ଆସୁନି । ତେଣୁ ଡିଷ୍ଟବିଟ୍ୟୁର ଓ ହଲମାଲିକ ଏହାର ପ୍ରଦର୍ଶନ ବନ୍ଦ କରିଛନ୍ତି ।