କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ତରଫରୁ ଉତ୍ତର ପ୍ରଦେଶର ୨୫ ହଜାର ମଦ୍ରାସାରେ ପଢୁଥିବା ୧୭ଲକ୍ଷ ଛାତ୍ରଙ୍କୁ ଆଶ୍ୱସ୍ତ କରିଛନ୍ତି । କୋର୍ଟ ଉତ୍ତରପ୍ରଦେଶ ମଦ୍ରାସା ନିୟମ ୨୦୦୪ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଆହ୍ଲାବାଦ ହାଇକୋର୍ଟ ମଦ୍ରାସା ଆଇନ ୨୦୦୪କୁ ଅସାମ୍ବିଧାନିକ ବୋଲି କହିଥିଲେ । ଏନେଇ ସୁପ୍ରିମକୋର୍ଟ ପକ୍ଷକାରୀ ମଦ୍ରାସା ବୋର୍ଡ, ଉତ୍ତର ପ୍ରଦେଶ ସରକାର ଓ କେନ୍ଦ୍ରସରକାରଙ୍କୁ ନୋଟିସ ଜାରି କରି ୨୦୨୪ ଜୁନ ୩୦ ତାରିଖ ସୁଦ୍ଧା ଜବାବ ମାଗିଛନ୍ତି ।

Advertisment

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏବେ ୨୦୦୪ ମଦ୍ରାସା ବୋର୍ଡ ଆଇନ ମୁତାବକ ମଦ୍ରାସାଗୁଡିକରେ ପାଠପଢା ହେବ । ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କହିଛନ୍ତି କି, ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଠିକ୍ ନଥିଲା, କାରଣ ହାଇକୋର୍ଟ ଏହା କହିବା ଉଚିତ ନୁହେଁ କି, ମଦ୍ରାସାରେ ପାଠ ପଢିବା ଧର୍ମନିରପେକ୍ଷତାର ଉଲଘଂନ । ହାଇକୋର୍ଟ ୨୦୦୪ ମଦ୍ରାସା ବୋର୍ଡ ଆଇନକୁ ଅସାମ୍ବିଧାନିକ ବୋଲି କହିଥିଲେ ।

ଉତ୍ତର ପ୍ରଦେଶ ମଦ୍ରାସା ବୋର୍ଡ ତରଫରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସଂଘଭୀ କହିଥିଲେ କି, ହାଇକୋର୍ଟଙ୍କ ଅଧିକାର ନାହିଁ ଏହି ଆଇନକୁ ଅସାମ୍ବିଧାନିକ ବୋଲି କହିବା । ହାଇକୋର୍ଟଙ୍କ ଏଭଳି ରାୟ ଫଳରେ ଉତ୍ତର ପ୍ରଦେଶର ୨୫ ହଜାର ମଦ୍ରାସରେ ପାଠ ପଢୁଥିବା ୧୭ ଲକ୍ଷ ପିଲାଙ୍କର ଛାତ୍ରବୃତ୍ତି ପ୍ରଭାବିତ ହୋଇଛି ।