କନକ ବ୍ୟୁରୋ: ‘ଜଜଙ୍କୁ ଆକ୍ରମଣ ଫ୍ୟାସନ ହୋଇଗଲାଣି’ । ସୁପ୍ରିମକୋର୍ଟ ଏନେଇ ଚିନ୍ତା ପ୍ରକାଶ କରିଛନ୍ତି । କୋର୍ଟ କହିଛନ୍ତି, ଜଜମାନଙ୍କ ବିରୋଧରେ ଅଭିଯୋଗ କରିବା ଗୋଟେ ଅଭ୍ୟାସରେ ପରିଣତ ହୋଇଗଲାଣି । ବିଶେଷ କରି ମହାରାଷ୍ଟ୍ର, ଉତ୍ତର ପ୍ରଦେଶର ଏହା ଅଧିକ ଦେଖିବାକୁ ମିଳୁଛି । ଜଜ ମାନେ ମଜଭୁତ ହେବା ବେଳ ତାଙ୍କ ବିରୋଧର ସେତିକି ଖରାପ ଆକ୍ରମଣ ହେଉଛି । କୋର୍ଟ ଏହା ସହ ଅଦାଲତ ଅବମାନନା ମାମଲାରେ ଜଣେ ଓକିଲଙ୍କୁ ଦିଆଯାଇଥିବା ୧୫ ଦିନର ଦଣ୍ଡକୁ କାଏମ ରଖିବା ସହ ମାଦ୍ରାସ ହାଇକୋର୍ଟର ରାୟକୁ ବଜାଇ ରଖିଛନ୍ତି ।

Advertisment

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ସାରାଦେଶରେ ଏଭଳି ଘଟଣା ଘଟୁଛି । ଜଜଙ୍କ ଉପରେ ଆକ୍ରମଣ ହେଉଛି । ଜିଲ୍ଲାର ଜଜଙ୍କୁ କୌଣସି ସୁରକ୍ଷା ଦିଆଯାଉନାହିଁ । କେତେବେଳେ ଲାଠିଧରିଥିବା ପୋଲିସ ମଧ୍ୟ ସେମାନଙ୍କୁ ଦିଆଯାଉନାହିଁ । ଓକିଲ ଆଇନରୁ ଉପରେ ନୁହନ୍ତି । ନ୍ୟାୟରେ ବାଧାଦେଲେ ସେମାନଙ୍କୁ ମଧ୍ୟ ଏହାର ପରିଣାମ ଭୋଗିବାକୁ ପଡିବ । ଏଭଳି ଓକିଲ ଆଇନ ବ୍ୟବସ୍ଥାରେ କଳଙ୍କ । ଜଜ ମାନେ ସେମାନଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି । କିନ୍ତୁ ଦେଖିବାକୁ ମିଳୁଛି, ଶହେ ଓକିଲ ଚା ଦୋକନାରେ ଏହାକୁ ଖାତିର ବି କରୁନାହାନ୍ତି । ଏଥିପାଇଁ କୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି । ଓକିଲ ଜଣଙ୍କ ୨ ସପ୍ତାହ ଜେଲଯିବା ପରେ ଆଉ ନିଜର ଓକିଲାତି ବନ୍ଦ ରଖିବା ପରେ ଜାଣିପାରିବେ ଯେ ସେ କେତେବଡ ଭୁଲ କରିଛନ୍ତି ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି କିଛି ହାଇକୋର୍ଟରେ ଦେଖିବାକୁ ମିଳୁଛି ଜଜମାନଙ୍କୁ ଧମକାଯାଉଛି । କୁହାଯାଉଛି,  ମୋ ବିରୋଧରେ ଏନବିଡବ୍ଲୁ ଜାରିକରିବାର ସାହସ କରନାହିଁ । ଆପଣ ଅଯଥା ଅଭିଯୋଗ ଲଗାଇପାରିବେ ନାହିଁ । ଓକିଲମାନେ ନ୍ୟାୟ ପ୍ରକ୍ରିୟା ଭିତରେ ଆସୁଛନ୍ତି । ବମ୍ବେ, ୟୁପି, ମାଦ୍ରାସରେ ଅଧିକ ପରିମାଣରେ ହେଉଛି । ସେପଟେ ଓକିଲ ଜଣଙ୍କ କହିଛନ୍ତି ସେ ନିସର୍ତ୍ତ କ୍ଷମା ମାଗିଥିଲେ ତେବେ ମାଦ୍ରାସ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖି ସେଥିରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ ।