ଦିଲ୍ଲୀ ସାହିନବାଗକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି : କହିଲେ,  ସର୍ବସାଧାରଣ ସ୍ଥାନରେ ଏତେ ଦିନ ଧାରଣା ଦେବା ଅନୁଚିତ୍ । ଧାରଣାକୁ ନେଇ କେନ୍ଦ୍ର ସରକାର ଓ ପୁଲିସକୁ ସୁପ୍ରିମକୋର୍ଟଙ୍କ ନୋଟିସ୍  । 

188

କନକ ବ୍ୟୁରୋ : ନାଗରିକତା ସଂଶୋଧନ ଆଇନ, ସିଏଏ ଓ ଏନଆରସି ବିରୋଧରେ ଦିଲ୍ଲୀର ସାହିନ ବାଗରେ ଚାଲିଥିବା ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆଜି ଏ ନେଇ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ପ୍ରଦର୍ଶନକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ସିଧା ମନା କରିଦେଇଛନ୍ତି ।  ତେବେ କୋର୍ଟ କହିଛନ୍ତି, ଅନିର୍ଦ୍ଦିଷ୍ଟକାଳୀନ ଯାଏଁ ରାସ୍ତାରୋକ ହୋଇପାରିବ ନାହିଁ  । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ ତାରିଖରେ ହେବ। କୋର୍ଟ ଆହୁରି କହିଛନ୍ତି, ଯଦି ଏତେଦିନ ଯାଏଁ ଅପେକ୍ଷା କରାଯାଇଛି ତାହା ହେଲେ ଆଉ ସପ୍ତାହେ ବି ଅପେକ୍ଷା କରାଯାଇପାରେ  ।

୩ ଜଣ ବିଚାରପତିକୁ ନେଇ ଗଠିତ ଖଣ୍ଡପୀଠ କହିଚନ୍ତି, ମାମଲାରେ ପୁଲିସ ଓ ସରକାରକୁ ପକ୍ଷଭୁକ୍ତ କରାଯାଇଛି । ସେମାନଙ୍କ ପକ୍ଷ ବି ଶୁଣିବା ଜରୁରୀ  । ଦିଲ୍ଲୀ ସାହିନବାଗରେ ଦୀର୍ଘଦିନ ହେଲା  ସିଏଏ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ସ୍ଥାନୀୟ ଲୋକେ ରାସ୍ତା ବି ବନ୍ଦ କରିଦେଇଛନ୍ତି । ମହିଳା ଓ ଛୋଟପିଲା ବି ପ୍ରଦର୍ଶନରେ ସାମିଲ ହୋଇଛନ୍ତି । ଦିଲ୍ଲୀ ନିର୍ବାଚନରେ ଏହାକୁ ସବୁଦଳ ପ୍ରସଙ୍ଗ ବି କରିଛନ୍ତି ।

Comments are closed.